ଅସହାୟ ପିଲାଙ୍କୁ କୋଳାଇ ନେଲା ମାନବ ସେବାଶ୍ରମ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) ଜମ୍ବେଶ୍ଵର ପଟ୍ଟନାୟକ : ଅସହାୟଙ୍କ ସାହା ପାଲଟିଛି ମାନବ ସେବାଶ୍ରମ . ତାଳଚେର ଉପକଣ୍ଠ ଏକ ଗ୍ରାମରେ ଦୁଇ ଝିଅ ଏବଂ ତିନି ପୁଅ ଙ୍କ ଦାୟିତ୍ୱ ନେବାରେ ଅସମର୍ଥ ଥିଲେ ପରିବାର . ଏ ସମ୍ପର୍କରେ ମାନବ ସେବାଶ୍ରମର କର୍ମକର୍ତ୍ତା ସୂଚନା ପାଇବା ପରେ ପ୍ରଥମେ ଚାଇଲଡ ଲାଇନ କୁ ଖବର ଦେଇଥିଲେ . ତେବେ ଘଟଣାର ଗୁରୁତ୍ୱକୁ ବୁଝିପାରି ସ୍ଥାନୀୟ ସରପଞ୍ଚ , ଗ୍ରାମବାସୀଙ୍କ ସହାୟତା ରେ ପିଲାମାନଙ୍କୁ ଉଦ୍ଧାର କରାଯାଇ ମାନବ ସେବାଶ୍ରମ ରେ ଥଇଥାନ କରାଯାଇଛି . ସୂଚନା ଅନୁସାରେ ଅପିନ ମୁଣ୍ଡା ନାମକ ବ୍ୟକ୍ତିଙ୍କର ଦୁଇ ଝିଅ ଓ ତିନୋଟି ପୁଅ , ମା ନ ଥିବାରୁ ଅବହେଳିତ ଅବସ୍ଥା ରେ ପଡି ରହିଥିଲେ . ଏପରିକି ସେମାନଙ୍କର ନିର୍ଦ୍ଦିଷ୍ଟ ପରିଚୟପତ୍ର ନଥିବାରୁ ସମସ୍ତ ପ୍ରକାର ସରକାରୀ ସହାୟତାରୁ ମଧ୍ୟ ବଞ୍ଚିତ ଅଟନ୍ତି . ତେବେ ସ୍ଥାଇଆ ଗ୍ରାମବାସୀ, ସରପଞ୍ଚ ଓ ସମାଜସେବୀ ପୁଷ୍ପଲତା ପ୍ରଧାନ ଙ୍କ ଦ୍ୱାରା ସେମାନଙ୍କୁ ଅଣାଯାଇ ମାନବ ସେବାଶ୍ରମ ରେ ରହିବାର ବନ୍ଦୋବସ୍ତ କରାଗଲା . ଆସନ୍ତା ଦିନରେ ସମସ୍ତ ପରିଚୟ ପତ୍ର ଓ ଅପିନ ମୁଣ୍ଡା ଙ୍କର ପରିଚୟ ପତ୍ର ପ୍ରସ୍ତୁତ ପାଇଁ ଆବେଦନ ସହିତ ଖୁବ ଶୀଘ୍ର ହେବ ପିଲାମାନଙ୍କର ପାଠ ପଢିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି .

Leave a Reply

Your email address will not be published. Required fields are marked *