କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ କନ୍ଦରପୁରରେ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ଦ୍ଵାରା ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ କଲ୍ୟାଣ ମଣ୍ଡପ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ସୂଚନା ଅନୁଯାୟୀ ବର୍ତ୍ତମାନ ପାଇଁ କନ୍ଦରପୁର ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ୩୫ ଲକ୍ଷ ଓ କଲ୍ୟାଣ ମଣ୍ଡପ ପାଇଁ ୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ସଦର ବିଡ଼ିଓ ରାଜୀବ ଲୋଚନ ପରିଡା , ଜୋନ ୫ ଜିଲ୍ଲା ପରିଷଦ ଜିନୁ ବେହେରା, ପ୍ରମୋଦ ମହାପତ୍ର, ବିଭୁତି ଭୂଷଣ ପରିଡା , ସରପଞ୍ଚ ପ୍ରଫୁଲ୍ଲ ଭୋଇ, ସମର ବେହେରା, ସୁବୋଧ ବେହେରା, ଯତୀନ ରାଉଳ, ମାନସୀ ସାହୁ , ହୃଦାନନ୍ଦ ଆଚାର୍ଯ୍ୟ, କାଳନ୍ଦୀ ସ୍ୱାଇଁ ,ପୂର୍ବତନ ସରପଞ୍ଚ ପ୍ରମୋଦ ରାଉତ, ଯୁବ ସମାଜସେବୀ ପ୍ରଦୀପ୍ତ ମାହାଲି , ସାରଦା ପ୍ରସନ୍ନ ସ୍ୱାଇଁ , ନିରଞ୍ଜନ ବେହେରା, ରେନେଶ ସାହୁ, ଅମରଜିତ୍ ଓତା, ପ୍ରଭାତ ରଞ୍ଜନ ପ୍ରଧାନ, ପ୍ରତାପ ରାଉତ ପ୍ରମୁଖ ବହୁ ବିଜେଡ଼ି ନେତା ଉପସ୍ଥିତ ଥିଲେ ।
କଲ୍ୟାଣ ମଣ୍ଡପ ଓ ନୂତନ ଗ୍ରାମ ପଞ୍ଚାୟତର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ଚନ୍ଦ୍ର ସାରଥୀ ବେହେରା !!!

