ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ବ୍ଲକ ଅନ୍ତର୍ଗତ କପାସିଆ ଗ୍ରାମରେ ଅଜଣା ଗାଡି ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଆଜି ଭୋର ସମୟରେ କପାସିଆ ଗାଁ ‘ ର ଏହି ଦୁଇ ମହିଳା ଜାତୀୟ ରାଜପଥ ଉପରେ ଶୌଚ ହେବା ପାଇଁ ଯାଉଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିବା ଜଣାପଡିଛି । ତେବେ ସକାଳ ହେବାରୁ ଲୋକ ମାନେ ଦେଖିବା ସହିତ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ବୋଲଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତେଜିତ ଲୋକ ଘଟଣା ସ୍ଥଳରେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ । ମୃତ ମହିଳା ଦ୍ୱୟ ହେଲେ କପାସିଆ ଗ୍ରାମର ସଞ୍ଜୁବାଳା ପ୍ରଧାନ ଏବଂ ସାବିତ୍ରୀ ମହାପାତ୍ର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ବୋଲଗଡ଼ ଥାନା ଆଇଆଇସି ବିଦିତା ନାୟକ ସଦଳ ବଳେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ପରେ ସ୍ଥାନୀୟ ତହସିଲ ପହଞ୍ଚି ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ଅଜଣା ଗାଡି ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ : ୩ ଘଣ୍ଟା ଜାତୀୟ ରାଜପଥ ଅବରୋଧ !!!

