ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କଳ୍ପନା ଛକଟୋକା ସଙ୍ଘ ଦ୍ୱାରା ଅସହାୟ କର୍କଟ ପୀଡିତ ମାନଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ସମାଜମଙ୍ଗଳ ହୁଣ୍ଡିର କୋଡିଏ ତମ ସମାଜମଙ୍ଗଳ ହୁଣ୍ଡିର ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହୁଣ୍ଡିରୁ ଆଦାୟ ମୋଟ କୋଡିଏ ହଜାର ଶହେ ପଚାଶ ଟଙ୍କା କଣାସ ବୀରକେଶରପୁର ଗ୍ରାମର ଛ ବର୍ଷର କର୍କଟ ପୀଡିତ ଶିଶୁ ସତ୍ୟ ନାରାୟଣ ସ୍ୱାଇଁଙ୍କ ଚିକିତ୍ସା ନିମନ୍ତେ ଅତିଥି ମାନଙ୍କ ହସ୍ତରେ ପ୍ରଦାନ କରାଯାଇଛି । ସଙ୍ଘ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ସମାଜମଙ୍ଗଳ ହୁଣ୍ଡି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର , ବେଜେଡି ରାଜ୍ୟ ସମ୍ପାଦକ ଅମରେଶ ଜେନା , ସମାଜସେବୀ ମୀରା ପରିଡା , କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳ , ସମାଜସେବୀ ବନ୍ଦନା ହରିଚନ୍ଦନ , ସମାଜସେବୀ ଅମୀୟବାଳା ପରିଡା , ନିର୍ଦେଶକ ଚନ୍ଦ୍ରଭାନୁ କର , ଜନନେତା ବିଜୟ ପରିଡା , ସମାଜସେବୀ ବିନ୍ଦାସ ଚିନୁ , ପ୍ରାଧ୍ୟାପକ ଡ଼ଃ ଅସିତ ଦାସ ପ୍ରମୁଖ ଯୋଗଦେଇ ଏହି ମହାନ କାର୍ଯ୍ୟକ୍ରମ ଭୁୟସୀ ପ୍ରଶଂସା କରିଥିଲେ । ଏହା ସହ କଳ୍ପନା ଅଞ୍ଚଳର ବିଭିନ୍ନ ପ୍ରତିଷ୍ଠିତ ପ୍ରତିଭା ମାନଙ୍କୁ କଳ୍ପନା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ସଙ୍ଘ ସଭାପତି ଧୀରେନ ରାଉତରାୟ , ଉପ-ସଭାପତି ପବିତ୍ର ଗଜେନ୍ଦ୍ର , କୋଷାଧ୍ୟକ୍ଷ ଅରୁଣ ଜେନା ସଭା କାର୍ଯ୍ୟ ପରିଚାଳନା କରିଥିଲେ । ତନ୍ମୟ ସାମନ୍ତରାୟ , ରୋହିତ ନାୟକ , ଗିରିଷ ମିଶ୍ର , ଦୀପକ ବାରିକ , ସୁରେଶ ମାଝୀ , ପ୍ରମୋଦ ପତି , ରାଜ କୁମାର , କାଳି ବେହେରା , ସ୍ନିଗ୍ଧା ମହାନ୍ତି , ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ , ବର୍ଷା ଦାଶ , ରୂପଶ୍ରୀ ସାହୁ , ଇମନ ମହାନ୍ତି , ସୁଭାଶିଷ ଶଢଙ୍ଗୀ , ଭୁବନାନନ୍ଦ ସାମନ୍ତ , ଚିତ୍ତରଂଜନ ଦାଶ , ରଂଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଇଂ ସୌମ୍ୟରଂଜନ ରାଉତରାୟ ।