ଓଡ଼ିଶାରେ କଙ୍ଗନା ଙ୍କ ବିରୋଧରେ ଏତାଲା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଦେଶଦ୍ରୋହ ମାମଲା । କ୍ୟାପିଟାଲ ଥାନରେ ହୋଇଛି ମାମଲା ରୁଜୁ । ଆଜି ଆମ ଅଧିକାର ପକ୍ଷରୁ ଆବାହକ ଅମିୟ ପାଣ୍ଡବ ଓ ମହାସଚିବ ଗଣେଶ ଦାଶ କ୍ୟାପିଟାଲ ଥାନାରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ କଙ୍ଗନା ଜାତୀୟ ଗଣମାଧ୍ୟମ ରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ କହିଥିଲେ, ୧୯୪୭ ମସିହାରେ ଭାରତ ଯେଉଁ ସ୍ୱାଧୀନତା ପାଇଥିଲା ବୋଲି କୁହାଯାଇଛି, ତାହା ‘ଭିକ’ ଥିଲା । ୨୦୧୪ ମସିହାରେ ମୋଦି କ୍ଷମତାକୁ ଆସିବା ପରେ ହିଁ ପ୍ରକୃତ ସ୍ୱାଧୀନତା ଆସିଛି । ଏହା ନିଜ ଜୀବନକୁ କାରାଗାର ଓ ଫାଶିଖୁଣ୍ଟରେ ଉତ୍ସର୍ଗ କରି ଦେଇଥିବା ସ୍ୱାଧୀନତା ସଂଗ୍ରାମୀ, ମହାପୁରୁଷ ଓ ଶହୀଦ ମାନଙ୍କ ପାଇଁ ପ୍ରଚଣ୍ଡ ଅପମାନ । ସେମାନଙ୍କୁ ପରୋକ୍ଷରେ ଭିକାରୀ କହିବା ଦେଶଦ୍ରୋହ ସହ ସମାନ । ତେଣୁ ସମାଜରେ ଶାନ୍ତି ଭଙ୍ଗ କରିବାର ଉଦ୍ୟମ, ମିଥ୍ୟା ପ୍ରଚାର ଓ ଦେଶପ୍ରତି ଅପମାନ ଅଭିଯୋଗରେ ତାଙ୍କ ନାଁରେ ଆଇ.ପି.ସି.ର ଧାରା ୫୦୪, ୫୦୫ ଏବଂ ୧୨୪ (ଏ) ଅନୁଯାୟୀ ମାମଲା ରୁଜୁ କରାଯିବାକୁ ଆମ ଅଧିକାର ପକ୍ଷରୁ ଏତଲାରେ ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *