ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଚିଲିକାରୁ ବେଆଇନ ଘେରି, ଜିରୋ ନେଟ, ପୋଖରୀ ଆଦି ଉଚ୍ଛେଦ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ରଘୁନାଥପୁର ମୌଜା ଅଞ୍ଚଳରୁ ବେଆଇନ ଉଚ୍ଛେଦ କରାଯାଇଛି । ଚିଲିକା ତହସିଲଦାର ପୁନମ ମହାପାତ୍ର ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଉଚ୍ଛେଦ ସମୟରେ ଚିଲିକା ମଧ୍ୟରେ ମାଫିଆ ମାନେ ହେକ୍ଟର ହେକ୍ଟର ଅଞ୍ଚଳରେ ବେଆଇନ ପୋଖରୀ ଖୋଳି ମାଛ ଚାଷ କରିବା ସହ ଆଉ କେତେକ ଅଞ୍ଚଳରେ ଜ଼ିରୋ ନେଟ ବିଛାଇଥିବାର ଦେଖିବାକୁ ମିଳିଥିଲା । ସକାଳ ୯ ରୁ ଅପରାହ୍ନ ୪ ଘଟିକା ଯାଏଁ ଦୀର୍ଘ ସମୟ ଧରି ଜାରି ରହିଥିବା ଉକ୍ତ ଅଭିଯାନରେ ସମୁଦାୟ ୧୩ ହେକ୍ଟର ଅଞ୍ଚଳରୁ ବେଆଇନ ପୋଖରୀ ଏବଂ ଜିରୋ ନେଟ ଉଚ୍ଛେଦ କରାଯାଇଛି । ଏନେଇ ଚିଲିକା ତହସିଲଦାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉଚ୍ଛେଦ ଅଭିଯାନରେ ଜିଲ୍ଲା ମତ୍ସ୍ୟ (ଜୀବ ଓ ପ୍ରଯୁକ୍ତି) ଅଧିକାରୀ ଶଶାଙ୍କ ଶେଖର ସାହୁ ଏବଂ ଅନ୍ୟ ରାଜସ୍ୱ କର୍ମଚାରୀ ମାନେ ସାମିଲ ଥିଲେ ।

