ପୂର୍ବତନ ଏବିଇଓ ରବିନାରାୟଣ ତ୍ରିପାଠୀଙ୍କୁ ପନ୍ଦର ହଜାର ଟଙ୍କା ଜୋରିମାନା ନୋଟିସ ଜାରି କଲେ ସୂଚନା କମିଶନର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ଗ୍ରାମପଞ୍ଚାୟତ ସ୍ଥିତ ଏକ ଘରୋଇ ଶିଶୁ ମନ୍ଦିରରେ ପଢ଼ୁଥିବା କିଛି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ସମ୍ପୃକ୍ତ ସରକାରୀ ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ତଥ୍ୟ ସମ୍ପର୍କରେ ସମାଜସେବୀ ତଥା ସାମ୍ବାଦିକ ଚିନ୍ମୟ ଦାଶ ତତ୍କାଳୀନ ଦଶରଥପୁର ବ୍ଲକ ସହ ଶିକ୍ଷା ଅଧିକାରୀ ତଥା ବ୍ଲକ ଶିକ୍ଷା ସୂଚନା ଅଧିକାରୀ ରବି ନାରାୟଣ ତ୍ରିପାଠୀଙ୍କୁ ସୂଚନା ଅଧିକାର ଆଇନ ୨୦୦୫ ବଳରେ ମାଗିଥିଲେ । ଏ ସମ୍ପର୍କରେ ଶ୍ରୀଯୁକ୍ତ ତ୍ରିପାଠୀ ଖାମଖିଆଲି ଭାବେ ସୂଚନା ଅଧିକାର ନିୟମକୁ ଫୁ କରି ଦେଇଥିଲେ । ଶ୍ରୀଯୁକ୍ତ ଦାଶ ଏ ସମ୍ପର୍କରେ ସୂଚନା ଅଧିକାର କମିଶନରଙ୍କୁ ଅବଗତ କରାଇବା ପରେ କମିଶନରଙ୍କ ଦ୍ୱାରା ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଆକ୍ରୋଶ ଜନକ ଭାବରେ ସୂଚନା ଅଧିକାରୀ ଶ୍ରୀଯୁକ୍ତ ତ୍ରିପାଠୀ ଆବେଦନ କର୍ତାଙ୍କୁ ତଥ୍ୟ ପ୍ରଦାନ କରି ନ ଥିବାର ଜଣାପଡିବା ପରେ ମାନ୍ୟବର ସୂଚନା କମିଶନର ବିକ୍ରମ ସେନାପତି ସୂଚନା ଅଧିକାର ଆଇନ ୨୦୦୫ ର ସେକ୍ସନ୍ ୨୦(୧) ଅନୁଯାୟୀ ଏକମାସ ମଧ୍ୟରେ ୧୫୦୦୦ ଟଙ୍କା ଜୋରିମାନା ବାବଦକୁ ପଇଠ କରିବା ପାଇଁ ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ଭିନ୍ନ ସମାଜସେବୀ ଚିନ୍ମୟ ଦାଶଙ୍କ ସୂଚନା ମୁତାବକ ପୂର୍ବରୁ ନନ୍ଦିପୁର ପଞ୍ଚାୟତର ଏକ ଘରୋଇ ବିଦ୍ୟାଳୟର କେତେଗୁଡିଏ କାଗଜପତ୍ର ସମ୍ପର୍କରେ ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ସୂଚନା ଅଧିକାର ଆଇନ ବଳରେ ଚାରିଟି ପର୍ଯ୍ୟାୟରେ ଭିନ୍ନ ଭିନ୍ନ ତଥ୍ୟ ମଗାଯାଇ ସୂଚନା ନ ମିଳିବାରୁ ସେ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ମାତ୍ର ସେଥି ମଧ୍ୟରୁ ଗୋଟିଏ ତଥ୍ୟକୁ “ବେସରକାରୀ ବିଦ୍ୟାଳୟ ମାନେ ତଥ୍ୟ ପ୍ରଦାନ କରିବାର କୌଣସି ଆଇନ ନାହିଁ ” କହି ଉକ୍ତ କେଶଟିକୁ ଶ୍ରୀଯୁକ୍ତ ତ୍ରିପାଠୀ ଚତୁରତାର ସହ ରଦ୍ଦ କରି ଦେଇଥିଲେ । ଆଉ ଦୁଇଟି ତଥ୍ୟ ସମ୍ପର୍କରେ ସୂଚନା କମିଶନରଙ୍କ ବିଚାରାଧିନ ଥିବାବେଳେ ଶ୍ରୀଯୁକ୍ତ ତ୍ରିପାଠୀ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟରୁ ମୋଟା ଅଙ୍କରେ ଲାଞ୍ଚ ନେଇ ଅହେତୁକ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ଜାଲିଆତି କାଗଜପତ୍ରରେ ସହାୟତା କରୁଛନ୍ତି ଓ ସମୃକ୍ତ ତଥ୍ୟକୁ ସେ ଗୋପନ ରଖିବା ସହ ପ୍ରଥମ ପକ୍ଷ ଶ୍ରୀଯୁକ୍ତ ଦାଶ ଓ ସୂଚନା କମିଶନରଙ୍କୁ ଭୁଆଁ ବୁଲାଇଛନ୍ତି । ସେ ସମ୍ପର୍କରେ ପୂର୍ବତନ ଏବିଇଓ ଶ୍ରୀଯୁକ୍ତ ତ୍ରିପାଠୀଙ୍କ ଦ୍ୱାରା ସ୍ବାକ୍ଷରିତ ସମସ୍ତ ତଥ୍ୟ ସହ ଖୁବ ଶୀଘ୍ର ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ଶ୍ରୀଯୁକ୍ତ ଦାଶ ପରୋକ୍ଷରେ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *