ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ତାରିଣୀ ଢ଼ାବା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ବାଲୁଗାଁ ଥାନା ବାଙ୍କିଆପଲି ଗ୍ରାମର ରୀନା ବେହେରା (୭୨) ନାମକ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ ମାଛ ବିକ୍ରି କରିବା ଉଦ୍ଦେଶ୍ୟରେ ପାରିକଂସାରୀ ଯାଉଥିଲେ । ସେହି ସମୟରେ ବୃଦ୍ଧା ଜଣଙ୍କ ତାରିଣୀ ଢ଼ାବା ନିକଟରେ ସଡ଼କ ପାର କରୁଥିବା ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ଅଜଣା ଗାଡ଼ି ରୀନାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ତେବେ ଗୁରୁତର ଅବସ୍ଥାରେ ରୀନାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲ ପଠାଇଥିଲେ। ଏହାପରେ ଦୁର୍ଘଟଣା ସମ୍ପର୍କରେ ବାଲୁଗାଁ ଥାନାକୁ ସୂଚନା ଦେଇଥିଲେ । କିନ୍ତୁ ମେଡିକାଲରେ ରୀନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ କେସ ନମ୍ବର ୨୨୫/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାର ତଦନ୍ତକାରୀ ଅଧିକାରୀ ଏଏସଆଇ ଶରତ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ତେବେ ରୀନାଙ୍କ ପରିବାର ବର୍ଗ କେହି ନଥିବା ବେଳେ କେବଳ ଜଣେ ବିବାହିତା ଝିଅ ଥିବା ସୂଚନା ମିଳିଛି ।
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ !!!

