ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଶବରସାହି ରେ ରୂପାୟନ ସଂଗଠନ ତରଫରୁ ଏକ ଜନମଙ୍ଗଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଅବସରରେ ସଂଗଠନ ତରଫରୁ ଲୋକ ମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା । ଶବର ସାହିର ୩୦ଜଣ ରୁ ଅଧିକ ଲୋକଙ୍କୁ କମ୍ବଳ ସହିତ ଶୁଖିଲା ଖାଦ୍ୟ ବିସ୍କୁଟ ବଣ୍ଟନ କରାଯାଇଥିଲା ।

ରୂପାୟନ ସଂଗଠନ ଓଡିଶା ର ବିଭିନ୍ନ ଜିଲ୍ଲାରେ ଗରିବ ଶ୍ରେଣୀର ଲୋକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି । ରୂପାୟନ ର ପ୍ରତିଷ୍ଟାତା ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟ କହିଛନ୍ତି ସଂଗଠନ ପକ୍ଷରୁ ଆଗକୁ ଲୋକମାନଙ୍କ ପାଇଁ ଆହୁରି ଅନେକ ଯୋଜନା କରାଯାଇଛି । ଲୋକମାନେ ସ୍ୱାବଲମ୍ବୀ ହେବାପାଇଁ ସଂଗଠନ ତରଫରୁ ସେମାନଙ୍କୁ ବିଭିନ୍ନ ଧନ୍ଦା ମୂଳକ ଶିକ୍ଷା ପ୍ରଦାନ କରାଯିବାର ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ଆଶୁତୋଷ ଦାସ , ଭୁବନେଶ୍ୱର ସଂଯୋଜକ ବନଜା ବେହେରା , ସୋନାଲି ମହାରଣା , ପ୍ରକାଶ ଚନ୍ଦ୍ର ତରେଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

