ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ !!!

0
245

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମନୁଜମ୍ ସାରା ବିଶ୍ୱକୁ ଗଣିତ କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭା ଦ୍ୱାରା ଭାରତ ପାଇଁ ଗୌରବ ଆଣିଥିଲେ । ତେଣୁ ତାଙ୍କର ଜନ୍ମ ଦିବସକୁ ଜାତୀୟ ଗଣିତ ଦିବସ ରୂପେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ପାଳନ ହୋଇଯାଇଛି । ଏହି ଅବସରରେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗଣିତ ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଶିଶୁ ଭାଇ ଭଉଣୀଙ୍କୁ ଆମ ଜୀବନରେ ଗଣିତ ବିଶେଷତ୍ୱ ସମ୍ପର୍କରେ ବୁଝାଇଥିଲେ । ବିଦ୍ୟାଳୟର ଆଚାର୍ଯ୍ୟ ଦେବୀ ପ୍ରସାଦ ପଟ୍ଟନାୟକ ଶ୍ରୀନିବାସ ରାମନୁଜମ୍ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଶିକ୍ଷା ବିକାଶ ସମିତିର ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ରହି ଶିଶୁ ଭାଇ ଭଉଣୀଙ୍କୁ ଉତ୍ସାହିତ କରିଥିଲେ । ଆଜିର ଗଣିତ ମେଳାରେ ବିଭିନ୍ନ ଗଣିତଜ୍ଞଙ୍କ ଫଟୋ ଚିତ୍ର ପ୍ରଦର୍ଶନ ଏବଂ ସେମାନଙ୍କ ଜୀବନୀ ଓ କୃତି ଉପରେ ତଥ୍ୟ ପ୍ରଦାନ କରିବା, ଗଣିତର ନମୂନା ( ତ୍ରିଭୁଜ, ବର୍ଗକ୍ଷେତ୍ର, ଆୟତକ୍ଷେତ୍ର, ସମକୋଣୀ ତ୍ରିଭୁଜ, ସମବାହୁ ତ୍ରିଭୁଜ, ସାମନ୍ତରିକ କ୍ଷେତ୍ର, କୋନ୍,ସିଲିଣ୍ଡର, ରମ୍ବସ ଇତ୍ୟାଦି) ସୂତ୍ରର ବ୍ୟାଖ୍ୟା (ଚାର୍ଟ ପ୍ରଦର୍ଶନ) , ଗଣିତ ପୁସ୍ତକ (ସୂତ୍ରାବଳୀ, ଗଣିତ କୁହୁକ, ଗଣିତ ପତ୍ର ପତ୍ରିକା) ପ୍ରଦର୍ଶନ , ଦୈର୍ଘ୍ୟ ମାପ, ତରଳ ପ୍ରଦାର୍ଥ ମାପ, ଓଜନ ମାପ, ସମୟର ଧାରଣ, ଡ଼ଜନ, ଯୋଡ଼ା ଆଦି ପ୍ରଦର୍ଶନ , ବିଭିନ୍ନ ଗାଣିତିକ ଆକୃତିର ରଙ୍ଗୋଲି (ବୃତ୍ତର ଅଧା, ଚଉଠ, ବିଭିନ୍ନ ପ୍ରକାର ତ୍ରିଭୁଜ, ଆୟତ ଚିତ୍ର, ରମ୍ବସ, ବର୍ଗଚିତ୍ର ଇତ୍ୟାଦି ) ପ୍ରକଳ୍ପ ଏବଂ କୁଇଜ୍ ଅନୁଷ୍ଠିତ ହୋଇଥିଲା । ଗଣିତ ମେଳାରେ ୧୮୦ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢୀ ଓ ଗଣିତ ଆଚାର୍ଯ୍ୟ ମୂରଲୀ ମୋହନ ପ୍ରଧାନ ପରିଚାଳନା କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here