ଅନୁଗୁଳ ଜିଲ୍ଲାରୁ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାରୁ ରବିବାର ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ ଆକ୍ରାନ୍ତ ଦୁବାଇ ଫେରନ୍ତା । ସେମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ନମୁନା ସଂଗ୍ରହ କରାଯାଇ ଜିନୋମ୍ ସିକ୍ୱେନ୍ସିଂ ପାଇଁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌) କୁ ପଠାଯାଇଥିଲା । ସେଠାରେ ସେମାଙ୍କର ନମୂନା ରେ ଓମିକ୍ରନ୍‌ ଚିହ୍ନଟ ହୋଇଛି । ତେବେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଅଛି ନା’ ନାହିଁ ଏବଂ ଆକ୍ରାନ୍ତଙ୍କ ସଂପର୍କରେ ଅନ୍ୟ ତଥ୍ୟ ଜିଲ୍ଲା ପ୍ରଶାସନ ଠାରୁ ସଂଗ୍ରହ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ହୋଇଛି ବୋଲି ସୂଚନା ଦେବା ସହ ସେମାନଙ୍କ ଟେଷ୍ଟିଙ୍ଗ ସରିଛି ବୋଲି କହିଛନ୍ତି । ଆରଟିପିସିଆର ଟେଷ୍ଟରେ ସେମାନଙ୍କ ପରିବାର ଓ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ନେଗେଟିଭ ଥିବା ଜିଲ୍ଲାପାଳ କହିଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ମଧ୍ୟ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *