ରୋଟାରୀ ଗ୍ରୁପ ରେ ସାମିଲ ହେଲେ ମୃଦୁଳା ଠାକୁର ପ୍ରଧାନ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ରୋଟାରୀ କ୍ଲବ ଅଫ ତାଳଚେର ର ନୂତନ ସଦସ୍ୟ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି . କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଧର୍ମିଣୀ ଶ୍ରୀମତୀ ମୃଦୁଳା ଠାକୁର ପ୍ରଧାନ ଆନୁଷ୍ଠାନିକ ଭାବରେ ରୋଟାରୀ କ୍ଲବ ରେ ସଦସ୍ୟତା ଗ୍ରହଣ କରିଛନ୍ତି . ରୋଟାରୀ କ୍ଲବ ଅଫ ତାଳଚେର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଇ ରୋଟାରୀଆନ ପ୍ରଭୁଦତ୍ତ ସୁବୁଦ୍ଧି , ଡ଼ିଏସଜି ୨୨-୨୩ ରୋଟାରୀଆନ ମନୋଜ ତ୍ରିପାଠୀ ଏବଂ ରୋଟାରୀ କ୍ଲବ ଅଫ ତାଳଚେର ର ଉପଦେଷ୍ଟା ତଥା ରୋଟାରୀ କ୍ଲବ ଅଫ ଇନଫୋସିଟି ର ପିପି ରୋଟାରୀଆନ ଶୁଭ୍ରାଂଶୁ ତ୍ରିପାଠୀ ଅତିଥି ଭାବରେ ଯୋଗଦାନ କରିଥିଲେ . ରୋଟାରୀ କ୍ଲବ ଅଫ ତାଳଚେର ର ସଭାପତି ଅଶୋକ କୁମାର ଦାସ , ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ତଥା ରୋଟାରୀ କ୍ଲବ ଅଫ ଇନ୍ଫୋସିଟି ର ସଦସ୍ୟ ରୋଟାରୀଆନ ଦେବାଶିଷ ମିଶ୍ର , ରୋଟାରୀଆନ ପ୍ରକାଶ କର , ରୋଟାରୀଆନ ସୁବାଷ ସାହୁ ପ୍ରମୂଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ . ଡ଼ିଜିଇ ରୋଟାରୀଆନ ପ୍ରଭୁଦତ୍ତ ସୁବୁଦ୍ଧି ରୋଟାରୀ ଗ୍ରୁପ ର ନୀତି ଆଦର୍ଶ ଏବଂ ମୂଲ୍ୟବୋଧ ଉପରେ ନିଜର ବକ୍ତବ୍ୟ ରଖିଥିବା ସମୟରେ ତିନି ଜଣ ନୂତନ ସଦସ୍ୟଙ୍କୁ ରୋଟାରୀ ପିନ ପ୍ରଦାନ କରାଯାଇଥିଲା . କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକ ସହଧର୍ମିଣୀ ଶ୍ରୀମତୀ ମୃଦୁଳା ଠାକୁର ପ୍ରଧାନ ସଦସ୍ୟତା ଗ୍ରହଣ କରିବା ପରେ ନିଜର ଖୁସି ପ୍ରକାଶ କରିବା ସହିତ ଆଗାମୀ ଦିନରେ ରୋଟାରୀ ଗ୍ରୁପ ର ସମସ୍ତ କାର୍ଯ୍ୟକ୍ରମରେ ଯୋଡି ହୋଇ ରହିବେ ବୋଲି ମତ ପ୍ରକାଶ କରିଛନ୍ତି .

Leave a Reply

Your email address will not be published. Required fields are marked *