ଏକତା ଦେଖାଇଲେ ନୂଆଗାଁ ପଞ୍ଚାୟତବାସୀ : ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଏକତା ଏବଂ ଭାଇଚାରା ର ନିଦର୍ଶନ ଦେଖାଇଲେ ନୂଆଗାଁ ପଞ୍ଚାୟତ ବାସିନ୍ଦା . ଗ୍ରାମ ମଧ୍ୟରେ ଆଭ୍ୟନ୍ତରୀଣ ରାଜନୀତିକୁ ପୁରାଇ ନଦେଇ ସର୍ବ ସମ୍ମତି କ୍ରମେ ବାଛିଛନ୍ତି ନିଜର ପ୍ରତିନିଧି . ବାଙ୍କୀ ବ୍ଲକ ନୂଆଗାଁ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ଏବଂ ସମସ୍ତ ବାରଟି ଯାକ ୱାର୍ଡରେ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସମସ୍ତେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି .

୨୦୧୬ ମସିହାରେ ପଞ୍ଚାୟତ ପୁନର୍ଗଠନ ହେବା ପରେ ଅବିଭକ୍ତ କାଳିପୋଇ ଗ୍ରାମ ପଞ୍ଚାୟତରୁ ଅଲଗା ହୋଇ ନୂଆଗାଁ – ଖଜୁରୀପଦା ପଞ୍ଚାୟତ ଗଠିତ ହୋଇଥିଲା . ବାଙ୍କୀ ନିର୍ବାଚନ ମଣ୍ଡଳୀର ଏହି ନବ ଗଠିତ ନୂଆଗାଁ ପଞ୍ଚାୟତରେ ୨୦୧୭ ମସିହାରେ ସର୍ବ ସମ୍ମତି କ୍ରମେ ଗ୍ରାମ କମିଟି ମାଧ୍ୟମରେ ସମସ୍ତ ପ୍ରାର୍ଥୀଙ୍କୁ ଚୟନ କରା ଯାଇଥିଲା . ଏବେ ପୁନର୍ବାର ଦ୍ଵିତୀୟ ଥର ପାଇଁ ସମସ୍ତ ପ୍ରତିନିଧିଙ୍କୁ ବାଛି ଆଦର୍ଶ ପଞ୍ଚାୟତ ସାଜିଛି ନୂଆଗାଁ ପଞ୍ଚାୟତ . ପୂର୍ବତନ ସରପଞ୍ଚ ମମତା ମହାପାତ୍ର ପୁନର୍ବାର ସରପଞ୍ଚ ଭାବରେ ଏବଂ ବିଦ୍ଧିତ୍ୟ କୁମାର ସିଂହ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଥିଲେ . ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ସୁଦ୍ଧା ଅନ୍ୟ କେହି ନାମାଙ୍କନ ଦାଖଲ ନକରିବାରୁ ମମତା ମହାପାତ୍ର ସରପଞ୍ଚ ଏବଂ ବିଦ୍ଧିତ୍ୟ କୁମାର ସିଂହ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି . ସେହିପରି ପଞ୍ଚାୟତର ବାରଟି ଯାକ ୱାର୍ଡ ରେ ଆକୁଳ ସ୍ୱାଇଁ , ଶ୍ରୀମତୀ ମିତାଲି ନାୟକ , ଗୟାଧର ସ୍ୱାଇଁ , ଶ୍ରୀମତୀ ସାଗରୀକା ନାଏକ , ଶ୍ରୀମତୀ ସାବିତ୍ରୀ ପ୍ରଧାନ , ଅଖିଳ ପାଇକରାୟ , ଶ୍ରୀମତୀ ମାଳତୀ ସ୍ୱାଇଁ , ସାଧୁ ଚରଣ ନାୟକ , ଶ୍ରୀମତୀ ମଞ୍ଜୁଲତା ପ୍ରଧାନ , ସୁଶାନ୍ତ ରଞ୍ଜନ ପାଣିଗ୍ରାହୀ , ଶ୍ରୀମତୀ ଜୟନ୍ତୀ ସେଠୀ ଓ ତୃପ୍ତିରଞ୍ଜନ ପଣ୍ଡା ୱାର୍ଡ ସଭ୍ୟ ଭାବରେ ମନୋନୀତ ହୋଇଛନ୍ତି .

Leave a Reply

Your email address will not be published. Required fields are marked *