ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କିଏ ସେ ସବରେଜିଷ୍ଟ୍ରାର ? ଆଖି ପିଛୁଳାକେ ଜମି ଜିମା କାମରେ କରୁଛନ୍ତି ଚଂଞ୍ଚକତା । ଜମି ମାଲିକ ମାନେ ହରାଉଛନ୍ତି ଜମିର ମାଲିକାନା । ଏମିତି କିଛି ଅଭିଯୋଗ ଆଣିଛନ୍ତି ବାଣପୁର ସବରେଜିଷ୍ଟ୍ରାର ଅଧୀନରେ ଥିବା ବାଲୁଗାଁ ୯ ନମ୍ବର ୱାର୍ଡ ର କେକେ ନୂଆଗାଁର ପ୍ରକାଶ ପରିଡା । ଅଭିଯୋଗ ଅନୁସାରେ ପ୍ରକାଶ ପରିଡା ଙ୍କ ପ୍ଲଟ ନମ୍ବର 133 / 239 126 ଡ଼ିସିମିଲ ଜମିର କାଗଜ ପତ୍ର ନିଜ ବଡ଼ ଭାଇ ପ୍ରଶାନ୍ତ କୁମାର ରାଉତ ଙ୍କ ପାଖରେ ଅତି ବିଶ୍ୱାସରେ ରଖିଥିଲେ । ପ୍ରକାଶ କରୋନା ରେ ଆକ୍ରାନ୍ତ ହେବା ପରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ପାଇଁ ଯାଇଥିବା ସମୟରେ ବଡ଼ ଭାଇ ଏହାର ସୁଯୋଗ ନେଇ ପ୍ଲଟ ଟିକୁ ନିଜ ନାମରେ କରାଇ ନୂତନ ପଟା ଯାହାର ପ୍ଲଟ ନମ୍ବର 133 / 712 ହାସଲ କରିଥିବାର ଅଭିଯୋଗ ଆଣିଛନ୍ତି । ସାନଭାଇ ପ୍ରକାଶ ନିଜ ଗ୍ରାମ ଛାଡି କେନ୍ଦୁଝର ଠାରେ ପେଟ ପୋଷିବା ପାଇଁ ପରିବାର ଧରି ରହୁଛନ୍ତି । କିନ୍ତୁ ଏହି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଲା ପରେ ବାଧ୍ୟ ହୋଇ ନିଜ କର୍ମକ୍ଷେତ୍ର ରୁ ଅନୁପସ୍ଥିତ ରହି ବାଲୁଗାଁ ର ପ୍ରତ୍ୟେକ ପ୍ରଶାସନ ଦ୍ୱାରସ୍ଥ ହେଉଥିବାର ଦେଖିବାକୁ ମିଳିଛି । ଏହି ଭଳି ସଙ୍ଗିନ ଅଭିଯୋଗ ନେଇ ବାଲୁଗାଁ ଥାନା ର ଦ୍ୱାରସ୍ଥ ହୋଇଥିଲେ ହେଁ ଥାନା ଅଧିକାରୀ କେବଳ ଯାଞ୍ଚ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଜମିର ମାଲିକ ଉପସ୍ଥିତ ନଥିବା ବେଳେ ଜମିର କିଣା ବିକା କେଉଁ ଭଳି ବାଣପୁର ସବରେଜିଷ୍ଟ୍ରାର ଅଫିସ ରେ ହୋଇ ପାରୁଛି ତାହା ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କର ଘଟଣା । ଆହୁରି ମଧ୍ୟ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜମିର କିଣା ବିକାରେ ଯେଉଁ ସବୁ ଦସ୍ତଖତ ଓ ଟିପି ଚିହ୍ନ କରାଯାଇଛି ସବୁ ଜାଲ କରି ଦିଆଯାଇଛି । ସେହି ସମୟରେ ଯେଉଁ ସବରେଜିଷ୍ଟ୍ରାର ଅଫିସର ଥିଲେ କେଉଁ ଆଧାରରେ ଜମି ଗୁଡ଼ାକ ତାଙ୍କ ବଡ଼ ଭାଇ ଙ୍କ ନାମରେ କରାଇଲେ ତାହା ଅଞ୍ଚଳରେ ଏକ ବିସ୍ମୟ କର ଘଟଣା ବୋଲି ଚର୍ଚ୍ଚା ଜୋର ଧରିଛି । ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ନିବେଦନ କରିବା ସହ ଜମିକୁ ଏହି ଭଳି ଚଞ୍ଚକତା କରିଥିବା ମାଷ୍ଟର ମାଇଣ୍ଡ କିଏ ? ଯାଞ୍ଚ ହେଲେ ଧରା ପଡିବ ବୋଲି ଅଭିଯୋଗ ଆଣିଛନ୍ତି ।
ବାଣପୁର ସବ-ରେଜିଷ୍ଟ୍ରାର ଅଫିସ ରେ ଜମି ଜାଲିଆତି ଅଭିଯୋଗ !!!

