ମନରେଗା ମହାଦୁର୍ନୀତି ମାମଲା : ଦୁଲଣାପୁର ରେ ଭିଜିଲାନସ ଟିମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁର ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ସଂପର୍କରେ ଅଭିଯୋଗରେ ଆସିବା ପରେ ଦୁଲଣାପୁର ରେ ପହଞ୍ଚି ତଦନ୍ତ ଆରମ୍ଭ କଲା ଭିଜିଲାନସ ଟିମ . ପଞ୍ଚାୟତରେ ବିଭିନ୍ନ ନିର୍ମାଣ କାମରେ ବ୍ୟାପକ ଅର୍ଥ ହେରାଫେରି ହୋଇଥିବାର ଦାସରଥି ପଡିହାରୀ ଲୋକାୟୁକ୍ତଙ୍କ ନିକଟରେ ଅଭିଯୁକ୍ତ କରିଥିଲେ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟ ଭିଜିଲାନ୍ସ ବିଭାଗର ଡିଏସ୍‌.ପି ଆର୍‌.କେ.ସୁନାଙ୍କ ନେତୃତ୍ୱରେ ଏକ ୩ ଜଣିଆ ପ୍ରତିନିଧି ଦଳ ଦୁଲଣାପୁର ପଞ୍ଚାୟତକୁ ଆସି ବିିଭିନ୍ନ ପ୍ରକଳ୍ପ ନିର୍ମାଣରେ ହୋଇଥିବା ଦୁର୍ନୀତି ସଂପର୍କରେ ତଦନ୍ତ କରିବା ସହିତ ଟିକିନିଖି ତଥ୍ୟ ସଂଗ୍ରହ କରିଥିଲେ ।  ତଦନ୍ତ ସମୟରେ ବିଭିନ୍ନ ପ୍ରକଳ୍ପ ସମ୍ପର୍କୀୟ କାଗଜପତ୍ର ତନଖି କରିଥିଲ । ସୂଚନା ଯୋଗ୍ୟ ଗତ ନଭେମ୍ବର ମାସରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଅତିରିକ୍ତ ଶାସନ ସଚିବ ତ୍ରିଲୋଚନ ମହାନ୍ତିଙ୍କ ନେତୃତ୍ୱରେ ଏକ ବୈଷୟିକ ଦଳ ପଞ୍ଚାୟତର ଦୁର୍ନୀତି ସଂପର୍କରେ ମଧ୍ୟ ତଦନ୍ତ କରିଥିଲେ । ୨୮ ଗୋଟି ଅଭିଯୋଗରୁ ଆଜି ଦୁଇଟି ବିଦ୍ୟାଳୟର ପ୍ଲାଣ୍ଟେସନ ଓ ଗୋଟିଏ ପୋଖରୀ ଏଭଳି ତିନି ଗୋଟି ପ୍ରକଳ୍ପ ତଦନ୍ତ କରିଥିବା ଜଣାପଡ଼ିଛି । ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବା ସମୟରେ ଶାସକ ଦଳ ସମର୍ଥିତ ନିର୍ବାଚିତ ପ୍ରତିନିଧିଙ୍କ କଳା କାରନାମା ସମ୍ପର୍କରେ ଭିଜିଲାନସ ତଦନ୍ତ ବିରୋଧୀଙ୍କୁ ନୂଆ ଇସ୍ୟୁ ଯୋଗାଇଛି .

Leave a Reply

Your email address will not be published. Required fields are marked *