ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆଜି ରାୟଗଡାରେ ପାଳିତ ହୋଇଯାଇଛି ସହିଦ ଦିବସ ପାଳିତ l ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସହିଦ ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଡେପୁଟି କଲେକ୍ଟର ନାରାୟଣ ମିଶ୍ର, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଧ୍ରୁବ ଚରଣ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଅଲନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଗ୍ରନ୍ଥାଗାରିକ ଡମ୍ବରୁଧର ପଣ୍ଡା, ସହ ସଂଚାଳକ ସାମ୍ରାଟ ସାହୁ, ସହକର୍ମୀ ଶ୍ରୀକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରl ଓ ଅଗ୍ନିଶମ ବିଭାଗର ଆଗ୍ନେୟକ ମାନେ ଯୋଗଦାନ କରି ସହିଦ ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଓ ଗାନ୍ଧିଜୀଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ l ଅଗ୍ନିଶମ ବିଭାଗର ତରଫରୁ ନୀରବ ପ୍ରାର୍ଥନା ପୂର୍ବରୁ ଓ ପରେ ୨ଥର ସାଇରନ ଦିଆଯାଇଥିଲା l ସେହିପରି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନେତୃତ୍ୱରେ ତାଙ୍କ କାର୍ଯ୍ୟାଳୟ ପରିସରରେ ,ଜିଲ୍ଲାର ବିଭିନ୍ନ ବିଭାଗ ମାନଙ୍କରେ କୋଭିଡ ଗାଇଡ ଲାଇନ ମାନି ସୀମିତ କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ରମ ପାଳନ କରାଯାଇଛି l ପୌରପାଳିକା ତରଫରୁ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା l
ରାୟଗଡାରେ ସହିଦ ଦିବସ ପାଳିତ l

