ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ଝସକେତନ ବରିହା ଏବଂ ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ ଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ସକାଳେ ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସଙ୍କ ନେତୃତ୍ୱରେ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଆୟତ୍ତପୁର ଗ୍ରାମର ଦୀପକ ଦଳେଇ, ଗମେଇ ଗ୍ରାମର ଦିଲ୍ଲୀପ ଲେଙ୍କା ଏବଂ ହଳନ୍ଦା ଗ୍ରାମର ପାଣ୍ଡୀ ନାୟକ ନାମକ ମହିଳା ମଦ ବେପାରି ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ସମୁଦାୟ ୩୫ ଲିଟର ଆସ୍କା -୪୦ ଓ ଦେଶୀ ମଦ ଜବତ ହୋଇଥିବା ବେଳେ ୫.୪ ଲିଟର ବିଦେଶୀ ମଦ ଜବତ ହୋଇଛି । ଅନୁରୂପ ଭାବେ ଏକ ବାଇକ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପିଆର ନମ୍ବର ୧୧୦,୧୧୧ ଏବଂ ୧୧୨ ରେ ୩ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି ।
ବାଣପୁର ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ମହିଳା ସମେତ ୩ ଗିରଫ !!!

