କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ରେ କନ୍ଧମାଳ ଜିଲ୍ଲା ରେ କୋଟଗଡ଼ ଓ ତୁମୁଡିବନ୍ଧ ବ୍ଲକ ର ଦୁଇ ଗୋଟି ଜୋନ ରେ ମତଦାନ ହେବ l ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି l ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି l କୋଟଗଡ଼ ବ୍ଲକ ରେ 182 ଗୋଟି ବୁଥ ରେ ଭୋଟ ଗ୍ରହଣ ହେବ l

କୋଟଗଡ଼ ବ୍ଲକ ରେ ମୋଟ 196 ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 32024 ଜଣ ଭୋଟର l କୋଟଗଡ଼ ବ୍ଲକ ରେ 4 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, 54 ଜଣ ସରପଞ୍ଚ , 44 ଜଣ ସମିତି ସଭ୍ୟ, 94 ଜଣ ୱାର୍ଡ ମେମ୍ବର ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା l ସେହିପରି ତୁମୁଡିବନ୍ଧ ବ୍ଲକ ର 139 ଗୋଟି ବୁଥ ରେ 119 ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ 30971 ଜଣ ଭୋଟର l ତୁମୁଡିବନ୍ଧ ବ୍ଲକ ରେ 3ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, 33 ଜଣ ସରପଞ୍ଚ, 28 ଜଣ ସମିତି ସଭ୍ୟ, 55 ଜଣ ୱାର୍ଡ ମେମ୍ବର ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ l ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥ ରେ କିପରି ଶାନ୍ତିପୂର୍ଣ୍ଣ ଓ କଡା ସୁରକ୍ଷା ସହ ମତଦାନ ହେବ ସେ ନେଇ ପୋଲିସ ବିଭାଗ ତରଫରୁ ଦୁଇ ବ୍ଲକ ରେ ସ୍ଥିତି ସମୀକ୍ଷା କରାଯାଇଛି l

