ବିଦ୍ୟାର୍ଥୀଙ୍କ ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଲେ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ନୂଆପଡ଼ା ସ୍ଥିତ ଶୁଭମ ବିଦ୍ୟା ନିକେତନର ଛାତ୍ରୀ ସ୍ୱୟଂପ୍ରଜ୍ଞା ଦାସ ୫ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ଅଗ୍ରଣୀ ଲାଭ କରି ବିଦ୍ୟାଳୟ ନାମକୁ ଉଚ୍ଚ କରିଥିବାର ବିଦ୍ୟା ନିକେତନ ପରିଚାଳନା କମିଟିର ମୁଖ୍ୟ ପ୍ରସନ୍ନ ଗୋଚ୍ଛାୟତ ସୂଚନା ଦେଇଛନ୍ତି । ସେହିପରି ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୪୨ ମୌଜା ବେଣ୍ଟାକର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଦିପ୍ତିମୟୀ ସାହୁ ୯୦ ନମ୍ବର ରଖି କଟକ ସଦରରେ ଅଗ୍ରଣୀ ସ୍ଥାନ ଲାଭ କରି ବୃତ୍ତି ପାଇ ବିଦ୍ୟାଳୟ ସହିତ ୪୨ ମୌଜା ନାମକୁ ଉଚ୍ଚ କରିଛନ୍ତି . ବିଦ୍ୟାର୍ଥୀ ମାନଙ୍କ ସଫଳତାରେ କଟକ ସଦର ଅଞ୍ଚଳର ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *