ବାଜିଲା ପୌର ବିଗୁଲ : ମାର୍ଚ୍ଚ ୨୪ ରେ ଲଢେଇ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗରାମଗରମ ମାହୋଲ ଥଣ୍ଡା ନପଡ଼ୁଣୁ , ରାଜ୍ୟରେ ବାଜିଲା ପୌର ବିଗୁଲ . ମାର୍ଚ୍ଚ ୨୪ ରେ ହେବ ଲଢେଇ . ଆଜି ଠାରୁ ରାଜ୍ୟରେ ଲାଗୁହେଲା ଆଦର୍ଶ ଆଚରଣ ବିଧି । ରାଜ୍ୟ ନିର୍ବାଚନ କମିଶନର ଆଜି ପୌର ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ ଟି ପୌର ପରିଷଦ ଓ ଏନଏସି ଏବଂ ୩ ଟି ମହାନଗର ନିଗମରେ ପ୍ରାୟ ୪୧ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । କେବଳ ପୁରୀ ପୌର ପରିଷଦ ଏବଂ ଭଦ୍ରକ ପୌର ପରିଷଦର ୪ ନମ୍ବର ୱାର୍ଡରେ ନିର୍ବାଚନକୁ ନେଇ କୋର୍ଟରେ ମାମଲା ଥିବାରୁୁ ସେଠାରେ ନିର୍ବାଚନ ହେବ ନାହିଁ । ଏହି ପୌର ନିର୍ବାଚନ ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ହେବ ଓ ଭୋଟ ଗଣତି ମାର୍ଚ୍ଚ ୨୬ ତାରିଖରେ ହେବ । ଚଳିତଥର ପୌର ପରିଷଦ ଓ ଏନଏସି ଅଧ୍ୟକ୍ଷ ପଦବୀ ଓ ମହାନଗର ନିଗମରେ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ । ୨୦୧୮ ମସିହାରୁ ଅଧିକାଂଶ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇସାରିଛି ।

Leave a Reply

Your email address will not be published. Required fields are marked *