ଶିକ୍ଷାବିତ ତଥା ପୂର୍ବତନ ଅନୁ ନିରୀକ୍ଷକଙ୍କ ପରଲୋକ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣିତୀର ଗ୍ରାମର ଶିକ୍ଷାବିତ ଗୋଦାବରୀଶ ପାଇକରାୟ କିଡନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ଶିକ୍ଷକ ନେତା, ପୂର୍ବତନ ଅନୁ ନିରୀକ୍ଷକ, ରାଜନୈତିକ ସଙ୍ଗଠକ ଓ କଳିଙ୍ଗ ପାଇକ ସଙ୍ଗଠନର ଉପଦେଷ୍ଟା ଭାବରେ କାର୍ଯ୍ୟ କରି ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ବ୍ୟକ୍ତି ଭାବରେ ପରିଚିତ ଥିଲେ । ତାଙ୍କ ଶବାଧାରକୁ ଗ୍ରାମ୍ୟ ପରିକ୍ରମା କରି ଗ୍ରାମ୍ୟ ଶ୍ମଶାନରେ ଭଣଜା ମାନସ ମୁଖାଗ୍ନି ଦେବା ପରେ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଜେଡି ନେତା ପ୍ରଦୀପ କୁମାର ସାହୁ, ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର ମହାପାତ୍ର, ଶିକ୍ଷାବିତ ଭଗବାନ ପଣ୍ଡା, ବଳରାମ ରଣସିଂହ, ସମାଜସେବୀ ଭିକାରୀ ଚରଣ ସାହୁ, ନାରଣ ବଳିୟାର ସିଂହ ଓ ଅର୍ଜୁନ ଗଡ଼ବାଡ଼ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *