ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅସାବଧାନତା କାରଣରୁ ଛାତରୁ ପଡି ଯୁବକଙ୍କ ଅବସ୍ଥା ଗୁରୁତର . ବାମ୍ବିଲୋ ଗ୍ରାମରେ ଗ୍ରାମର ବସନ୍ତ ମହାନ୍ତ ତାଙ୍କର ନୂଆଘର ଛାତରେ ଶନିବାର ସକାଳ ସମୟରେ ପାଣି ପାଇପ ଯୋଗେ ପାଣି ଦେଉଥିବା ସମୟରେ ଅସାବଧାନତା ଯୋଗୁଁ ଛାତ ଉପରୁ ତଳକୁ ଖସି ପଡି ଗୁରୁତର ହୋଇଛନ୍ତି . ତେବେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ପରିବାର ବର୍ଗଙ୍କ ସହାୟତାରେ ଉଦ୍ଧାର କରାଯାଇ ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା . ବସନ୍ତ ମହାନ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ସରକାରୀ 108 ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଦେଖିବାକୁ ମିଳିଛି ।