ଆଇଏନଏସ ଚିଲିକା ଅଗ୍ନିଶମ ବାହିନୀ ପକ୍ଷରୁ ବଡ଼ ଜଙ୍ଗଲୀ ନିଆଁକୁ ଆୟତ୍ତ କରାଯାଇଛି !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଆଇଏନଏସ ଚିଲିକା ଅଗ୍ନିଶମ ବାହିନୀ ନିକଟସ୍ଥ ଆଖୁପୋଖରା ଗ୍ରାମରେ ଏକ ବଡ଼ ଜଙ୍ଗଲୀ ନିଆଁକୁ ଆୟତ୍ତ କରିଛି। ସୋଲାପୋଖରୀରେ ଡ୍ୟୁଟିରେ ଥିବା ନାଭାଲ ସେଣ୍ଟ୍ରି ଶନିବାର ସନ୍ଧ୍ୟାରେ ଅଖୁପୋଖରା ଗ୍ରାମ ନିକଟସ୍ଥ ବୁଦାରେ ବଡ଼ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ଦେଇଥିଲେ। ସୂଚନା ପାଇବା ପରେ, ଆଇଏନଏସ ଚିଲିକାରେ ଉକ୍ତ ଦିନ ଦାଇତ୍ୱରେ ଥିବା ଅଧିକାରୀ ଲିଉଟନାଣ୍ଟ କମାଣ୍ଡର ଅକ୍ଷୟ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଅଧ ଘଣ୍ଟା ମଧ୍ୟରେ ଜଙ୍ଗଲ ନିଆଁକୁ ଆୟତ୍ତ କରିଥିଲା । ନାଭାଲ ଅଗ୍ନିଶମ ବାହିନୀର ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉକ୍ତ ନିଆଁକୁ ଆୟତ୍ତ କରାଯାଇଥିବାରୁ ଧନ ଜୀବନ ଏବଂ ସମ୍ପତ୍ତିର ବ୍ୟାପକ କ୍ଷତି ରୋକିବାରେ ଏହା ସହାୟକ ହୋଇପାରିଥିଲା। ଆଖୁପୋଖରାର ସ୍ଥାନୀୟ ଜନସାଧାରଣମାନେ ନାଭାଲ ଫାୟାର ବ୍ରିଗେଡ୍ରର ତୁରନ୍ତ ସହାୟତା ପାଇଁ ଆଇଏନଏସ ଚିଲିକାକୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *