କଟକ ( ଆୱାଜ ମିଡ଼ିଆ ) – : ସମଗ୍ର ରାଜ୍ୟରେ ଆରମ୍ଭ ହୋଇ ସାରିଛି ମତଦାନ . ତେବେ ନିର୍ବାଚନ ପୂର୍ବରୁ ଗତକାଲି କେତେକ ସ୍ଥାନରେ ଘଟିଯାଇଛି ଅଭାବନୀୟ ଘଟଣା . କଟକ ସହର ଉପକଣ୍ଠ ଯୋବ୍ରା ନଦୀକୁଳ ସାହିରେ ଭୋଟ ପାଇଁ ଟଙ୍କା ବାଣ୍ଟୁଥିଲେ ଅଙ୍ଗନବାଡି ଦିଦି , ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ହାତରେ ଧରା ପଡିଲେ । 40 ନମ୍ବର ୱାର୍ଡ ଅଙ୍ଗନୱାଡ଼ି ଦିଦି ଟଙ୍କା ବାଣ୍ଟୁଥିବା ଅଭିଯୋଗ । ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ଅଙ୍ଗନୱାଡ଼ି ଦିଦି ଙ୍କୁ ଅଟକ ରଖିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ଦିଦିଙ୍କ ପାଖରୁ ଟଙ୍କା ଜବତ ହୋଇ ନଥିବା ସମୟରେ ଘରେ ପଶି ପୋଲିସ ତଲାସୀ କରିଥିଲା । ଘଟଣାଟି ଘଟିଛି କଟକ ସହରର ଯୋବ୍ରା ନଦୀକୂଳ ସାହିରେ ।