ସରିଲା ବାଣପୁର ଓକିଲ ସଂଘ ନିର୍ବାଚନ : ପ୍ରଭାତ ପଟ୍ଟଯୋଶୀ ସଭାପତି , ଜଗନ୍ନାଥ ଭୋଳ ସମ୍ପାଦକ

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓକିଲ ସଂଘର ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ସୁଚାରୁ ରୂପେ ଅନୁଷ୍ଠିତ ହୋଇ ଯାଇଅଛି l ଉକ୍ତ ନିର୍ବାଚନରେ ସଂଘର ନବ ନିର୍ବାଚିତ ସଭାପତି ଭାବେ ପ୍ରଭାତ କୁମାର ପଟ୍ଟଯୋଶୀ, ସମ୍ପାଦକ ଜଗନ୍ନାଥ ଭୋଳ, ଉପ ସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ନିର୍ବାଚିତ ହୋଇଛନ୍ତି l ଅନୁରୂପ ଭାବେ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ସନ୍ତୋଷ କୁମାର ପାତ୍ର, କୁଳମଣି ବେହେରା ଓ ଦେବବ୍ରତ ବଡ଼ଜେନା ନିର୍ବାଚିତ ହୋଇଛନ୍ତି l ପ୍ରକାଶ ଥାଉକି ବିଗତ ବର୍ଷ ବାଣପୁର ଓକିଲ ସଂଘ ନିର୍ବାଚନରେ ମଧ୍ୟ ସଭାପତି ଓ ସମ୍ପାଦକ ଭାବେ ଉଭୟ ପ୍ରଭାତ ପଟ୍ଟଯୋଶୀ ଓ ଜଗନ୍ନାଥ ଭୋଳ ବିପୁଳ ଭୋଟରେ ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ଭୋଳ ଚଳିତ ବର୍ଷକୁ ମିଶାଇ ଲଗାତାର ଭାବେ ୮ ବର୍ଷ ହେଲା ସଂଘର ସମ୍ପାଦକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି l

Leave a Reply

Your email address will not be published. Required fields are marked *