ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମେଡିକାଲରୁ ସୁସ୍ଥ ହୋଇ ଚିଲିକା ବିଧାୟକ ପୁଣି ବାଣପୁର ସବ ଜେଲକୁ ଫେରିଛନ୍ତି । ଆଜି ରାତି ୯.୪୫ ମିନିଟ ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ବାଣପୁର ଉପ କାରାଗାରକୁ ଫେରିଥିବାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ବିଧାୟକଙ୍କୁ ବାଣପୁର ଉପ କାରାଗାର ନିଆଯାଇଛି । ସୂଚନା ଥାଉ କି ଗତକାଲି ମଧ୍ୟରାତ୍ରିରେ ଚିଲିକା ବିଧାୟକ ଅସୁସ୍ଥତା ଅନୁଭବ କରିବାରୁ ବାଣପୁର ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଆଜି ସେଠାରେ ଚିକିତ୍ସିତ ହେବା ପରେ ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସି ଥିବାରୁ ତାଙ୍କୁ ପୁନଶ୍ଚ ଜେଲ ପ୍ରଶାସନ ବାଣପୁର ସବ ଜେଲକୁ ପଠାଯାଇଛି ।
ସୁସ୍ଥ ହୋଇ ବାଣପୁର ଉପ କାରାଗାରକୁ ଫେରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!!

