ବାଲୁଗାଁ ବାଣପୁର ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ , ଛଅ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ବାଣପୁର ବାଇପାସ୍ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା . ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବାଲୁଗାଁ ବାଣପୁର ବାଇପାସ୍ ନିକଟରେ ଏକ ଦୁର୍ଘଟଣା ଘଟିଯାଇଛି . ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି . ସୂଚନା ମୁତାବକ ଆଜି ସକାଳୁ ଭୁବନେଶ୍ଵର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରାଭେରା କାର୍ ରେ ୭ଜଣ ଯାତ୍ରୀ ଯାତ୍ରା କରୁଥିଲେ । ବାଲୁଗାଁ ବାଇପାସରେ ରାସ୍ତା କଡରେ ଛିଡା ହୋଇଥିବା ଏକ କଣ୍ଟେନର୍ କୁ କାରଟି ପଛପଟୁ ଶକ୍ତ ଧକ୍କା ଦେଇଥିଲା . ଯାହା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି . ସଙ୍ଗେ ସଙ୍ଗେ ବାଣପୁର ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ବାଲୁଗାଁ ଡାକ୍ତରଖାନାକୁ ପଠେଇ ଦେଇଛି . ତେବେ ଆହତଙ୍କ ପରିଚୟ ମିଳି ପାରିନଥିବା ବେଳେ ଘଟଣା ସ୍ଥଳରେ ବାଣପୁର ପୋଲିସ ତଦନ୍ତ ଜାରି ରଖିଥିବାର ଖବର ମିଳିଛି ।

Leave a Reply

Your email address will not be published. Required fields are marked *