ଅନୁଗୋଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା . ଆସନ୍ତା ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ହେବାକୁ ଥିବା ଅନୁଗୋଳ ଜିଲ୍ଲା ମହୋତ୍ସବ ଉପଲକ୍ଷେ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିପାଇଁ ରାଜ୍ ହୋଟେଲ ଛକ ଏବଂ ହୁଲୁରିସିଂହା ଛକଠାରୁ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଯେଉଁ ଗାଡ଼ି ଗୁଡ଼ିକ ନାଲକୋ ପାର୍ଶ୍ଵରୁ ଆସିବ ସେଗୁଡିକ ରାଜ୍ ହୋଟେଲ ଛକରୁ କମଲେଶ ହୋଟେଲ ସମ୍ମୁଖ ରାସ୍ତା ଦେଇ ହରିମହୁରୀ ଛକରୁ ଜାତୀୟ ରାଜପଥ କୁ ବାହାରିବ । ସେହିପରି ଜରପଡା ପାର୍ଶ୍ଵରୁ ଅନୁଗୋଳକୁ ଆସୁଥିବା ଗାଡି ଗୁଡିକ ହୁଲୁରିସିଂହା ଛକରୁ ବାଇପାସ୍ ରାସ୍ତା ଦେଇ ରାଜ୍ ହୋଟେଲ ଛକ ଠାରେ ଜାତୀୟ ରାଜପଥ କୁ ବାହାରିବ । ସେହିପରି ମହୋତ୍ସବ ଦେଖିବାକୁ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ ହୋଟେଲ ଛକ ନିକଟସ୍ଥ ପିଟିସି ପଡିଆ ଏବଂ ଥାନା ଛକ ନିକଟସ୍ଥ କଦମ ପଡ଼ିଆରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି ଯେଉଁ ମାନେ ହୁଲୁରିସିଂହା ପଟୁ ଆସିବେ ସେମାନେ ହେମଶୁରପଡା ରାସ୍ତା ରେ ଆସି ଡିଆଇସି ଛକ ଦେଇ କଦମ୍ ପଡ଼ିଆରେ ଗାଡ଼ି ପାର୍କିଂ କରିବେ ଏବଂ ଯେଉଁ ଗାଡିଗୁଡିକ ରାଜ୍ ହୋଟେଲ ପଟୁ ଆସିବ ସେଗୁଡିକ ପିଟିସି ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave a Reply

Your email address will not be published. Required fields are marked *