ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ !!!

0
452

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଆଜି ଉଦଯାପିତ ହୋଇ ଯାଇଛି l ଉଦଯାପନୀ ଉତ୍ସବରେ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷା ରଶ୍ମିତା ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ , ମୁଖ୍ୟ ବକ୍ତା ଭାବେ ବାଣପୁର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିନାଶ ମହାନ୍ତି ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ନୃସିଂହ ଚରଣ ମିଶ୍ର ଯୋଗ ଦେଇଥିଲେ l ନିମନ୍ତ୍ରିତ ଅତିଥି ମାନେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ଓ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଅଧ୍ୟାପକ ସର୍ବେଶ୍ୱର ଷଡଙ୍ଗୀ , ମନୋଜ କୁମାର ମହାପାତ୍ର , ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉକ୍ତ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଶିବିର ରେ ଯୋଗଦେଇ ସେମାନଙ୍କ ମତାମତ ବ୍ୟକ୍ତ କରିବା ସହ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସାଧନ କର୍ମୀ କଳ୍ପଶ୍ରୀ ପ୍ରଧାନ ଓ ରିଙ୍କି ବରାଳ ପ୍ରଶିକ୍ଷଣ ସମ୍ବନ୍ଧୀୟ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ l ମୁଖ୍ୟ ଅତିଥି ଙ୍କ ଦ୍ଵାରା ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ କ୍ରୀଡା ଅଧ୍ୟାପକ ଶ୍ରୀ ମାନସିଂହ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here