ମା ଦକ୍ଷିଣ କାଳୀ ଙ୍କ ପଣାଯାତ୍ରା ନେଇ ଉପୁଜିଥିବା ଦ୍ଵନ୍ଦ ର ଅବସାନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କ ପଣା ଯାତ୍ରା ନେଇ ସୃଷ୍ଟି ହୋଇଥିଲା ଦ୍ଵନ୍ଦ . ବନ୍ଦ ହେବକି ମା ଦକ୍ଷିଣ କାଳୀ ଙ୍କ ପଣା ଯାତ୍ରା ?? ଏ ପ୍ରଶ୍ନ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଥିଲା । ହଠାତ୍ ପ୍ରଶାସନ ଯାତ୍ରା ବନ୍ଦ ପାଇଁ ମନ୍ଦିର କମିଟି କୁ ଜଣାଇବା ପରେ ଦେଖା ଦେଇଥିଲା ଏପରି ପରିସ୍ଥିତି । କଣ ପାଇଁ ଯାତ୍ରା ବନ୍ଦ ହେବ , କାହିଁକି ବନ୍ଦ ହେବ ଯାତ୍ରା ? ଗରିବ ଲୋକ ମାନେ ଯେଉଁ ଦୋକାନ ପକାଇଛନ୍ତି ସେମାନଙ୍କ କ୍ଷତିପୂରଣ ଦେବ କିଏ । ଏହାର ଉତ୍ତର ଦାୟୀ ହେବ କିଏ . ଏ ଉତ୍ତର ନା ଅଛି ପ୍ରଶାସନ ପାଖରେ ନା ଅଛି ମନ୍ଦିର କମିଟି ପାଖରେ । ହଠାତ୍ ଯାତ୍ରା ବନ୍ଦ କରିବାର କାରଣ କଣ । ଯଦି ଯାତ୍ରା ବନ୍ଦ କରିବାର ଥିଲା ସଂକ୍ରାନ୍ତି ପୂର୍ବରୁ ହୋଇଥିବା ବୈଠକ ରେ ନିଷ୍ପତ୍ତି ନିଆଗଲା ନାହିଁ କାହିଁକି । ଏପରି ବିଭିନ୍ନ ପ୍ରଶ୍ନ ଜନସାଧାରଣରେ ଦେଖା ଦେଇଥିଲା । ଏହା ଉପରେ ପ୍ରତିକ୍ରିୟା ରଖିଥିଲେ ଦକ୍ଷିଣ କାଳୀ ମନ୍ଦିର ସମ୍ପାଦକ କିଶାନ ଦାସ । ତେବେ ପରିଶେଷରେ ପରିସ୍ଥିତି କୁ ଅନୁଧ୍ୟାନ କରି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ହସ୍ତକ୍ଷେପ ପରେ କିଛି ସର୍ତ୍ତ ରଖି ଜିଲ୍ଲା ପ୍ରଶାସନ ଯାତ୍ରା କରିବାକୁ ଅନୁମତି ଦେଇଥିବା ମା ଦକ୍ଷିଣ କାଳୀ ମନ୍ଦିର କମିଟି ସମ୍ପାଦକ କିଶାନ କୁମାର ଦାସ ପ୍ରକାଶ କରିଛନ୍ତି ।

 

Leave a Reply

Your email address will not be published. Required fields are marked *