ପୁଞ୍ଜିଆମ୍ବା ଶାସନରେ ୧୦୮ ହନୁମାନ ଚାଳିଶା ପଠନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିଆମ୍ବା ଶାସନ ଗ୍ରାମରେ ରଘୁନାଥ ମନ୍ଦିର ଠାରେ, ଶ୍ରୀରାମ ନବମୀ ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସାମୁହିକ ୧୦୮ ହନୁମାନ ଚାଳିଶା ପଠନ ଏବଂ ଦୁଇ ଦିବସ ବ୍ୟାପି ଘୃତ ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ସକାଳୁ ଆଳତି, ଅବକାଶ, କେଶ ଏବଂ ନୀତିଭୋଗ ପରେ କଳସ ଯାତ୍ରା, ସୂର୍ଯ୍ୟପୂଜା ହେବା ପରେ ଯଜ୍ଞ କର୍ମ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇ ବିଭୁ କୃପା ଲାଭ କରିବା ସହ ଓଡ଼ିଆ ନବବର୍ଷ ପାଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମର ସୁଶାନ୍ତ ହୋତା, ପ୍ରତାପ କେଶରୀ ହୋତା ଏବଂ ଅନାନ୍ୟା ବ୍ୟକ୍ତି ବିଶେଷ ଆଦି ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *