ଚିଲିକାରେ ଆୟୁଷ୍ମାନ ଭାରତ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆୟୁଷ୍ମାନ ଭାରତ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ବଡ଼କୁଳ ହାଇସ୍କୁଲ ପରିସରରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବ୍ଲକ ଅଧକ୍ଷା ଜ୍ୟୋତ୍ସ୍ନା ବେହେରା ଓ ବାଲୁଗାଁ ଏନଏସି ଅଧକ୍ଷା ସୁକାନ୍ତି ପାଇକେରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚିଲିକା ବ୍ଲକର ବିଡ଼ିଓ ଏବଂ ସିଡ଼ିପିଓ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନ ସାଧାରଣଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି , ମେଳାରେ କିଭଳି ଭାବେ ଜନସାଧାରଣ ଏହାର ଲାଭ ଉଠାଇ ପାରିବେ ଓ ସମସ୍ତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଠିକ ରହିବ ସେହି ବିଷୟରେ ଜନ ସଚେତନତା ର ଆବଶ୍ୟକତା ରହିଛି ବୋଲି ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ନେଇ ବାଲୁଗାଁ ଡକ୍ଟର ସୋମ୍ୟ ଦାସ ପଟ୍ଟନାୟକ କହିଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ମୋଟ ୧୦ଜଣ ଡାକ୍ତର ଯୋଗଦେବା ସହିତ ଅନେକ ଷ୍ଟାଫ୍ ନର୍ସ ଓ ଅନ୍ୟାନ୍ୟ ସମସ୍ତ ପଞ୍ଚାୟତର ଷ୍ଟାପ୍ ସେବା ଯୋଗାଉଛନ୍ତି । ଚିଲିକା ବ୍ଲକ ସିଡ଼ିପିଓ ଅନୁସୟା ରଥ କହିବା କଥା ଆଜି ଏହି ପୋଗ୍ରାମରେ ବାଲୁଗାଁ ସି ଏସ ସି ମାଧ୍ୟମରେ ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ ମେଳା ଚାଲିଛି , ବଡ଼କୁଳ ହାଇସ୍କୁଲ କ୍ୟାମ୍ପସ ପରିସରରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି , ଆୱାରନେସ୍ ପୋଗ୍ରାମ ଓ ଆଇସିଡିଏସ୍ ପକ୍ଷରୁ ଶିଶୁମାନଙ୍କ ପାଇଁ ଓ ମା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ବିବରଣୀ ଏବଂ ଯୋଗାଣ କରାଯାଉଛି . ଅଙ୍ଗନୱାଡ଼ି ନେତୃତ୍ୱରେ ସେଠାରେ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ । ବଡ଼କୁଳ ସ୍କୁଲ ର ଛାତ୍ରଛାତ୍ରୀ ଆଜି କୋଭିଡ଼ ଟୀକା ନେବା ସହ ଆଖ ପାଖ ଅଞ୍ଚଳର ସମସ୍ତ ଜନସାଧାରଣ ଚିକିତ୍ସା ପାଇଁ ଆସି ପହଁଚିଥିଲେ ଏବଂ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସଚେତନ କରାଯାଇଛି ।

Leave a Reply

Your email address will not be published. Required fields are marked *