ନଗଡା ରେ ସ୍ଥିତି ସମୀକ୍ଷା କଲେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଡ଼.ଐଶ୍ୱର୍ଯ୍ୟା ବିଶ୍ୱାଳ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସାରା ଦେଶ ଯେତେବେଳେ ଦେଖିଥିଲା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ନଗଡା ର ଅପପୃଷ୍ଟି ର ବିକଟାଳ ଦୃଶ୍ୟ , ସେତେବେଳେ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି କୋଟି କୋଟି ଟଙ୍କା ପ୍ରଦାନ କରିଥିଲେ ନଗଡା ବାସିନ୍ଦାଙ୍କ ଉନ୍ନତି ନିମନ୍ତେ l ଦୀର୍ଘ ଦିନ ପରେ ମଧ୍ୟ ଅପପୃଷ୍ଟି ଦୂରୀକରଣରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଡ଼ ଐଶ୍ୱର୍ଯ୍ୟା ବିଶ୍ୱାଳ . ମଙ୍ଗଳବାର ଅପରାହ୍ନ ସମୟରେ ନଗଡା ଗସ୍ତରେ ରାଷ୍ଟ୍ରୀୟ  ମହିଳା ମୋର୍ଚ୍ଚା ସମ୍ପାଦିକା ଡ଼ ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ ତାଙ୍କ ସହିତ ବାଲେଶ୍ୱର ମହିଳା ସଭାନେତ୍ର ମନୀଷା ବେହେରା ଓ ବିଜେପି ମହିଳା ନେତ୍ରୀ ରଶ୍ମିମୟୀ ପଟ୍ଟନାୟକ, ମନ୍ଦାକିନୀ ସେଠୀ ନଗଡ଼ା ଗସ୍ତ କରିଥିଲେ . ନଗଡ଼ା ରେ ରହୁଥିବା 60 ପରିବାରକୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ଯାହାକି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି l

Leave a Reply

Your email address will not be published. Required fields are marked *