ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ଏବଂ ଅନନ୍ୟା ଫାଉଣ୍ଡେସନ୍ ମିଳିତ ସହଯୋଗରେ ସୁନାଖଳା ଗ୍ରାମ ପଞ୍ଚାୟତ ପରିସରରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗିରିଜାକାନ୍ତ ମହାପାତ୍ର , ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ ଓ ସୁନାଖଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ । ଅନନ୍ୟା ଫାଉଣ୍ଡେସନର ଅଧ୍ୟକ୍ଷ ଆଶୁତୋଷ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ଅତିଥି ମାନେ ପଞ୍ଚାୟତରାଜ ଦିବସ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିଥି ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ସୁନାଖଳା ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନେହେରୁ ଯୁବ କେନ୍ଦ୍ର ର ରଣପୁର ପ୍ରତିନିଧି ଅପର୍ଣ୍ଣା ମିଶ୍ର କାର୍ଯକ୍ରମ ରେ ଯୋଗଦେଇ ନେହେରୁ ଯୁବ କେନ୍ଦ୍ର ଏବଂ ଅନ୍ୟାନ୍ୟ ଫାଉଣ୍ଡେସନ ର କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ !!!

