ଶିଶୁପାଳଗଡ଼ ବଡ ଟାଙ୍ଗିସାହି ରାସ୍ତା ଅବସ୍ଥା ଶୋଚନୀୟ
ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସ୍ମାର୍ଟ ସିଟି କୁ ଅଧିକ ସ୍ମାର୍ଟ କରିବାକୁ ହେଉଛି ଯୋଜନା ପରେ ଯୋଜନା , ଖର୍ଚ୍ଚ ହେଉଛି କୋଟି କୋଟି ତାଙ୍କ . ହେଲେ ଏ ପର୍ଯ୍ୟନ୍ତ ସୁଦ୍ଧା ଜଳବନ୍ଦୀ ସମସ୍ୟାରୁ ମୁକୁଳି ପାରିନି ସ୍ମାର୍ଟ ସିଟି ଭୁବନେଶ୍ୱର . ଏ ରାସ୍ତା ହେଉଛି ରାଜଧାନୀ ଶିଶୁପାଳଗଡ଼ ର ବଡ଼ଟାଙ୍ଗି ସାହି ରାସ୍ତା . ରାସ୍ତାର କଦର୍ଯ୍ୟ ଅବସ୍ଥା ସମ୍ପର୍କରେ ବହୁବାର ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ . ଯାହାର ଫଳ ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା . ଶିଶୁପାଳଗଡ ବଡ ଟାଙ୍ଗି ସାହିରେ ପାଖାପାଖି ୩ ଶହ ରୁ ଅଧିକ ପରିବାର ରହୁଥିବା ସମୟରେ , ଯିବା ଆସିବା କରିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥାନ୍ତି . ହେଲେ ରାସ୍ତାର ଦୂରବସ୍ଥା କାରଣରୁ ଯାନବାହାନ ଦୂରର କଥା ବାଇକ ରେ ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି .
ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି . ଦୀର୍ଘ ଦିନ ଧରି ପାଣି ଜମା ହୋଇ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇ ସଂକ୍ରାମକ ରୋଗର ଚିନ୍ତା ବଢ଼ାଇଛି . ମହାମାରୀ କରୋନା ସଂକ୍ରମଣ ପରିସ୍ଥିତି ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜନିତ ସମସ୍ୟା ବଢିଚାଲିଛି . ଏପରି ସ୍ଥିତିରେ ରାଜଧାନୀର ଏକ ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ ରାସ୍ତାର କଦର୍ଯ୍ୟ ଅବସ୍ଥା ସାଙ୍ଗକୁ ଦୂଷିତ ପରିବେଶ ଗମନାଗମନ ବ୍ୟବସ୍ଥା ସାଙ୍ଗକୁ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ସୃଷ୍ଟି କରିଛି ବିପଦ . ରାଜଧାନୀକୁ ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ ବୟାନବାଜି କରୁଥିବା ନେତା କିମ୍ବା ମହାନଗର ନିଗମର ଗଣ୍ଡା ଗଣ୍ଡା ଅଧିକାରୀ କାହାରି ହେଲେ ସମସ୍ୟା ପ୍ରତି ନିଘା ନାହିଁ .
ରାଜଧାନୀ ମଧ୍ୟରେ ଯେତେବେଳେ ଦେଖିଲେ ରାସ୍ତା ତିଆରି କାମ ଚାଲିଛି . ଏପରିକି ଭଲ ଥିବା ରାସ୍ତାକୁ ଖୋଲାଯାଇ ତା ଉପରେ ପିଚୁ କରାଯାଉଛି . ଜନପଥ ପାର୍ଶ୍ଵରେ ନୂଆ ପଡିଥିବା ଟାଇଲ ଉଠାଯାଇ ଆଉ ଥରେ ଟାଇଲ ଲାଗୁଛି , ହେଲେ ଦୀର୍ଘ ଦିନ ଧରି ମାଟି ଗଣ୍ଡୁଆ ଟେ ପଡିନଥିବା ଶିଶୁପାଳ ଗଡ ବଡ ଟାଙ୍ଗୀସାହି ରାସ୍ତା ଅବସ୍ଥା ଯେପରି ସେପରି . ବର୍ଷା ଋତୁ ଆସିଲେ ଯିବା ଆସିବା ପାଇଁ ସ୍ଥାନୀୟ ଲୋକଙ୍କର ଚିନ୍ତା ବଢିଥାଏ . ଛୋଟ ପିଲା , ବୟସ୍କ ଲୋକେ , ମହିଳା ଏବଂ ରୋଗୀମାନେ ନାହିଁ ନଥିବା ଅବସ୍ଥା ଭୋଗିଥାନ୍ତି . ତଥାପି ସ୍ଥାନୀୟ ବାସିନ୍ଦା ଅପେକ୍ଷା କରିଛନ୍ତି , କେବେ ଆସିବେ ସ୍ମାର୍ଟ ସିଟି ର ସ୍ମାର୍ଟ ଅଧିକାରୀ , ଆଉ ରାସ୍ତା ହେବ ସ୍ମାର୍ଟ .