କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ବଣ୍ଡା ପିପିଲି ଅଙ୍ଗନବାଡ଼ି କାନ୍ଥରେ ନକ୍ସଲଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି । ସେଥିରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପୁଲିସ ଇନ୍ଫର୍ମର ଭାବେ କାମ କରୁଥିବା ଲେଖା ଯାଇଛି। ଏଥି ସହ ଜଣେ ଠିକାଦାର ଓ ଜଣେ ଶିକ୍ଷକ , ନକ୍ସଲ ସଙ୍ଗଠନ ସମ୍ପର୍କରେ ପୁଲିସକୁ ଖବର ଦେଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି l ସେମାନେ ପୁଲିସ ଇନ୍ଫର୍ମର କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ । ନହେଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି । ଏହି ପୋଷ୍ଟର ତଳେ ସିସିଆଇ ମାଓବାଦୀ ବାଗୁନା ଡିଭିଜନାଲ୍ କମିଟି ବୋଲି ଲେଖା ଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ରେ ଭୟର ବାତାବରଣ ଖେଳିଯାଇଛି ।
ବଣ୍ଡା ପିପିଲି ଅଙ୍ଗନବାଡ଼ି କାନ୍ଥରେ ଲାଗିଛି ନକ୍ସଲ ପୋଷ୍ଟର !!!

