ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ସାରା ରାଜ୍ୟରେ ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଲାଗି ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଚଣ୍ଡ ଖରାରେ ଲୋକ ମାନେ ଘରୁ ବାହାରି ପାରୁ ନଥିବା ବେଳେ ଘନ ଘନ ବିଦ୍ୟୁତ କାଟ ଯୋଗୁଁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ସାଧାରଣ ଜନତାଙ୍କୁ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଦ୍ୟୁତ ବିତରଣ ଦାୟିତ୍ୱ ଟିପିସିଓଡିଏଲ କମ୍ପାନୀକୁ ହସ୍ତାନ୍ତର କରିଥିଲେ । ମାତ୍ର ଉକ୍ତ କମ୍ପାନୀ ଦାୟିତ୍ୱ ନେବା ଦିନ ଠାରୁ ଉପଭୋକ୍ତାଙ୍କ ନିଦ ହଜି ଯାଇଛି । କୌଣସି ଅଭିଯୋଗ ନେଇ ଅଭିଯୋଗକାରୀ ସ୍ଥାନୀୟ ଅଧିକାରୀ ତଥା ସମ୍ପୃକ୍ତ ଟୋଲ ଫ୍ରି ନମ୍ବରକୁ ଯୋଗାଯୋଗ କଲେ କୋୖଣସି ଉତ୍ତର ମିଳୁନି । ବର୍ତ୍ତମାନ ପରିସ୍ଥିତିରେ ଛାତ୍ରଛାତ୍ରୀ ମାନେ ବୋର୍ଡ ପରୀକ୍ଷା ଦେଉଛନ୍ତି , ଏପରିକି ବୃଦ୍ଧ ବୃଦ୍ଧା, ଛୋଟ ଛୋଟ ଛୁଆ ଅବା ରୋଗୀ ମାନେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ବନ୍ଧରେ ଟିପିସିଓଡିଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇଙ୍କୁ ଯୋଗାଯୋଗ କରିବାରେ ଅତ୍ୟଧିକ ଲୋଡ଼ ପାଇଁ ବିଦ୍ୟୁତ କାଟ ଗ୍ରୀଡ଼ କରୁଛି । ଏପର୍ଯ୍ୟନ୍ତ ଗ୍ରୀଡ଼ ତରଫରୁ ଆମକୁ କୌଣସି ସମୟ ସାରଣୀ ସୂଚନା ମିଳିନାହିଁ । କିନ୍ତୁ ଟିପିସିଓଡିଏଲ ପକ୍ଷରୁ ଗ୍ରୀଡ଼କୁ ଲେଟର କରାଯାଇଛି ଏବଂ ବିଦ୍ୟୁତ କାଟ ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ଆସିଲେ ସର୍ବସାଧାରଣରେ ସୂଚନା ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି ।
ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ କଲବଲ ବାଣପୁର ,ବାଲୁଗାଁ ଓ ଚିଲିକା ବାସୀ !!!

