ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ଯଶ କେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ମଧ୍ୟାହ୍ନରେ ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସଙ୍କ ନେତୃତ୍ବରେ ବାଲୁଗାଁ ଓ ବାଣପୁର ଥାନା ଅଞ୍ଚଳରେ ଚଢ଼ଉ କରାଯାଇଥିଲା । ଚଢ଼ଉରେ ପାଇକୋଶଡ଼ି ଗ୍ରାମର ଅରୁଣ ଜେନାଙ୍କ ନିକଟରୁ ୨.୭ ଲିଟର ବିଦେଶୀ ମଦ ଏବଂ କୁମାରାଙ୍ଗ ଗ୍ରାମର ବାସନ୍ତୀ ଦାସଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ କରିବା ସହ ୨ ମଦ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପିଆର କେସ୍ ନଂ ୧୪/୨୨-୨୩ ଏବଂ ୧୩/୨୨-୨୩ ରେ ୨ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି ।
ବାଲୁଗାଁ ଏବଂ ବାଣପୁରରେ ଅବକାରୀ ଚଢାଉ :୨ ଗିରଫ !!!

