ଜଙ୍ଗଲ ମଧ୍ୟରେ ପୁଲିସ ର ଅତର୍କିତ ଚଢ଼ାଉ : ୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ !!!

Spread the love

କନ୍ଧମାଳ (ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ କାରବାର ଥମିବାର ନାଁ ଧରୁ ନଥିବା ବେଳେ ପୁଲିସ ପକ୍ଷରୁ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ମାଫିଆ ଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡୁଛି . ତଥାପି ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବାର ଦେଖିବାକୁ ମିଳିଛି । ମାଫିଆ ମାନେ ବର୍ତ୍ତମାନ ଜଙ୍ଗଲ ଭିତରେ କାରବାର ଆରମ୍ଭ କରୁଥିବା ଜଣାଯାଇଛି । ଫିରିଙ୍ଗିଆ ଥାନା ଅନ୍ତର୍ଗତ କେକ୍ରିଙ୍ଗିଆ ଜଙ୍ଗଲ ମଧ୍ୟରେ ଗଞ୍ଜାଇ ଚୋରା ଚାଲାଣ ପାଇଁ ଗଞ୍ଜେଇ ଗଛିତ ରଖାଯାଇଥିବା କୈାଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଙ୍କ ନେତୃତ୍ବରେ ଅତିରିକ୍ତ ଥାନା ଅଧିକାରୀ ବିକାଶ କୁମାର ଜାଲି , ବରିଷ୍ଠ ସବ୍ ଇନିପେଷ୍ଟର ପ୍ରଦୀପ କୁମାର ରାଉଳ, ଏଏସଆଇ କୃଷ୍ଣଚନ୍ଦ୍ର ଗୌଡ଼ ଙ୍କ ସହ ଏକ ପୋଲିସ ଟିମ ଏହି ଜଙ୍ଗଲ ମଧ୍ୟରେ ଚଢ଼ାଉ କରି ଗଛିତ ରଖା ଯାଇଥିବା ୪ କ୍ୟୁଣ୍ଟାଲ ୪ କେଜି ଗଞ୍ଜେଇ ଜବତ କରିଛନ୍ତି । ପୋଲିସ ଚଢ଼ାଉ ଖବର ପାଇ ଗଞ୍ଜେଇ ମାଫିଆ ମାନେ ସେଠାରୁ ଖସି ପଳାଇଥିଲେ l ଏନେଇ ଫିରିଙ୍ଗିଆ ଥାନାରେ କେଶ ନଂ. ୭୫ / ୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *