ବେଆଇନ ଇଟାଭାଟି ଉପରେ ବାଣପୁର ତହସିଲ କର୍ତ୍ତୁପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ କେବେ ???

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ଅଞ୍ଚଳରେ ଦିନକୁ ଦିନ ପ୍ରଶାସନ ଆଖିରେ ଧୂଳି ଦେଇ ମାଫିଆ ମାନେ ବେଆଇନ ଇଟାଭାଟି ମାନ ନିର୍ମାଣ କରୁଛନ୍ତି । ଏପରିକି ଜାତୀୟ ରାଜପଥ କଡ଼ରେ ହେଉ ଅଥବା ଗ୍ରାମ ସଡ଼କ ପାର୍ଶ୍ଵ ରେ ଖୁଲମଖୁଲା ବେଆଇନ ଇଟାଭାଟି କରି ମାଫିଆ ମାନେ ଭଲ ଦି ପଇସା ରୋଜଗାର କରୁଛନ୍ତି । ବେଆଇନ ଇଟାଭାଟି ଯୋଗୁଁ ଲୋକ ମାନେ ନାକେଦମ ହେଉଥିବା ବେଳେ ପ୍ରବଳ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଢୁଛି । ସାଧାରଣ ଜନତାଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏଥି ପାଇଁ କର୍ଣ୍ଣପାତ କରୁନଥିବାର ଅଭିଯୋଗ ହେଉଛି । ଇଟାଭାଟି ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବା ସହ ଚାରିଆଡ଼େ ଧୂଆଁମୟ ହୋଇ ପରିବେଶ ଦୂଷିତ ହେବାରେ ଲାଗିଛି . ଏପରିକି ରାସ୍ତାକଡ ଅନବରତ ଧୂଆଁମୟ ହେଉଥିବାରୁ ଦୈନିକ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବାର ଦେଖିବାକୁ ମିଳୁଛି । ବେଆଇନ ଇଟା ବେପାର କରିବା ଆଇନଗତ ଅପରାଧ ହୋଇଥିବା ବେଳେ ଇଟା ମାଫିଆଙ୍କ ବିରୋଧରେ ତହସିଲଦାର ଦୃଢ଼ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *