ବାଙ୍କୀ ମାଟିର ପୁଅ କେନ୍ଦୁଝର ବାଦ ପାଲାମଞ୍ଚରେ ସଂବର୍ଦ୍ଧିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଳା ,ସାହିତ୍ୟ ,ସଂସ୍କୃତିର ପୀଠ ବାଙ୍କୀ ମାଟିର ସୁଯୋଗ୍ୟ ପୁତ୍ର ତଥା ଡମପଡା ବ୍କକ ଅନ୍ତର୍ଗତ ଅରପୁର ଗ୍ରାମର ପାଲା ଗାୟକ ଶାରଦା ପ୍ରସନ୍ନ ନାୟକ ସମଗ୍ର ଓଡିଶାର ପୁରପଲ୍ଲୀରେ ପାଲା ପରିବେଷଣ କରି ବାଙ୍କୀ ର ପାଲା ପରମ୍ପରା ଐତିହ୍ୟକୁ ଜନମାନସରେ ଗର୍ବିତ କରି ପାରିଛନ୍ତି । ପବିତ୍ର ୬୬ ତମ ଚନ୍ଦନ ପୂର୍ଣ୍ଣିମା ଉପଲକ୍ଷେ ନିକଟରେ କେନ୍ଦୁଝର ଜିଲ୍ଲା ଗୋଳାବନ୍ଧ ର ମା ହିଂଗୁଳା ବାଦ ପାଲାମଞ୍ଚରେ ପୁରୀ ବ୍ରହ୍ମଗିରୀର ଗାୟକ ଭାର୍ଗବ ହିମାଂଶୁ କୁମାର ବରାଳଙ୍କ ସହିତ ପାଲା ପରିବେଷଣ କରି ବହୁ ପ୍ରଶଂସିତ ହୋଇଛନ୍ତି । ହରିଚନ୍ଦନପୁର ବ୍କକ ଅଧ୍ୟକ୍ଷା ସୁନେଲି ନାୟକଙ୍କ ସହିତ ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର କିଷାନ ଓ ବଡ ପଳାସପୁର ଗ୍ରା.ପ.ର ସରପଞ୍ଚ ନଳିନୀ ନାୟକ ଦୁଇ ଗାୟକ ହିମାଂଶୁ କୁମାର ବରାଳ ଓ ଶାରଦା ପ୍ରସନ୍ନ ନାୟକମକୁ ଅର୍ଥରାଶୀ ସହ ମାନପତ୍ର ଉତ୍ତରୀୟ ଦେଇ ସଂବର୍ଦ୍ଧିତ କରିଥିଲେ । ବାଙ୍କୀ ମାଟିର ପୁଅ ପାଲା ପରିବେଷଣ କରି ବାଙ୍କୀ ର ନାମକୁ ଗର୍ବିତ କରିଥିବାରୁ ସମ୍ବାଦ ସାହିତ୍ୟ ଘର ,ଡମପଡାର ସଂଯୋଜକ , ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର ଓ ଚକାପଦାର ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ ଦୁଇ ଗାୟକଂକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *