ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଆତଙ୍କ ଖେଳାଇଛି ଧଳା ଆପାଚି l ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା ଏବଂ କାପ୍ତାପଲ୍ଲୀ ପଞ୍ଚାୟତରେ ବନ୍ଧୁକ ଦେଖାଇ ବାଟୋଇଙ୍କୁ ଲୁଟ କରୁଛନ୍ତି ଦୁର୍ବୁତ୍ତ l ସୂଚନା ଥାଉ କି ଆଜି ରାତ୍ରି ପ୍ରାୟ 9 ଘଟିକା ସମୟରେ ବାହାଡାଝୋଲା ପଞ୍ଚାୟତର ଢ଼ୀପିସାହି ଗ୍ରାମର ଶଙ୍କର୍ଷଣ ସାହୁ ଓଡଗାଁ ରୁ ନୂଆଗାଁ ରାସ୍ତାରେ ଗାଁ କୁ ଫେରୁଥିଲେ . ହରିପୁର ରାସ୍ତା ରେ ଏକ ଧଳା ଟିଭିଏସ ଆପାଚି ରେ 3 ଜଣ ଆସି ବନ୍ଧୁକ ଦେଖାଇ ଶଙ୍କରଙ୍କ ମୋଟର ସାଇକେଲ ଅଟକାଇ ମୋବାଇଲ ଫୋନ ସହ କିଛି ଟଙ୍କା ଛଡାଇ ନେଇ ଯାଇଛନ୍ତି l ଏନେଇ ଶଙ୍କର ଥାନାରେ ଅଭିଯୋଗ କରିଛନ୍ତି l ସୂଚନା ଥାଉକି ଗତ 4 ଦିନ ତଳେ ଗଂଜାମ ରୁ ଆସି ଗୁମି ପଞ୍ଚାୟତ ର ମୁରିଆମ୍ବା ଯାଉଥିବା ଦମ୍ପତି ଙ୍କୁ ସେମିତି ବନ୍ଧୁକ ଦେଖାଇ ସୁନା ଗହଣା ଚୋରି କରି ନେଇଥିଲେ l ବାରମ୍ବାର ଏପରି ଘଟଣା ଘଟିବାରୁ ଅଞ୍ଚଳ ରେ ଭୟର ବାତାବରଣ ସୃଷ୍ଟି ହୋଇଛି l
ଆତଙ୍କ ଖେଳାଇଛି ଧଳା ଆପାଚି !!!

