ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ସହରକୁ ଚବିଶ ଘଣ୍ଟା ଜଗିବ ସିସିଟିଭି । ଉଭୟ ସହରରେ ବଢୁଥିବା ଅପରାଧିକ ଗତିବିଧିକୁ ନିୟନ୍ତ୍ରଣ କରିବା ଦିଗରେ ଏହା ବିଶେଷ ସହାୟକ ହେବ। ପ୍ରଶାସନ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ସନ୍ଧ୍ୟାରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ ଉଭୟ ସହରରେ ସିସିଟିଭି ଲାଗିବାକୁ ଥିବା ସ୍ଥାନ ଗୁଡିକ ନିରୂପଣ କରିଥିଲେ । ଉଭୟ ସହରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ଛକ ଗୁଡିକରେ ଉଚ୍ଚ କ୍ଷମତାସମ୍ପନ୍ନ ସିସିଟିଭି ଖୁବ ଶୀଘ୍ର ସ୍ଥାପନ କରାଯିବ ବୋଲି ବାଲୁଗାଁ ଏସଡିପିଓ ସୂଚନା ଦେଇଛନ୍ତି । ସୂଚନା ଥାଉକି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଖୋର୍ଦ୍ଧା, ବାଣପୁର ଏବଂ ବାଲୁଗାଁ ସହରରେ ସିସିଟିଭି ସ୍ଥାପନ କରାଯିବ ।
ସାବଧାନ! ବାଣପୁର – ବାଲୁଗାଁ ସହରକୁ ଚବିଶ ଘଣ୍ଟା ଜଗିବ ସିସିଟିଭି , ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି !!!

