ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାଇକ ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ତରୀୟ ଯୋଗ ଅଲମ୍ପିୟାଡ଼ ପ୍ରତିଯୋଗିତା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଉଦଘାଟନ କରିଛନ୍ତି . ଯୋଗ ଶରୀର ର ମୂଳ ମନ୍ତ୍ର ବୋଲି କହିଛନ୍ତି . ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗ ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ସ୍ତରରେ ଏହିଭଳି ପ୍ରତିଯୋଗିତା ମାଧ୍ୟମରେ ସଚେତନତା କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି . ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୀନାକ୍ଷୀ ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରମୋଦ ପାଢ଼ୀ, ସଞ୍ଜୟ ପାତ୍ର ଓ ଏସ. ଅଲ. ରାଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯୋଗ ମାଧ୍ୟମରେ ବିଭିନ୍ନ ଆସନ ଓ ପ୍ରଣା୍ୟାନ କରିବା ଦ୍ୱାରା ସୁସ୍ଥ ଶରୀର ଗଠନ ସମ୍ଭବ ବୋଲି କହିଥିଲେ . ଏହି ପ୍ରତିଯୋଗିତା ରେ ଜିଲ୍ଲା ର ସର୍ବମୋଟ 112 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ . 16 ଜଣ କୃତି ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହେବା ସହିତ ପୁରସ୍କୃତ ହୋଇଛନ୍ତି . ଏହି କାର୍ଯ୍ୟକ୍ରମ କୂ ଖେଳ ଶିକ୍ଷକ ସୁରେନ୍ଦ୍ର ପାତ୍ର, କିଶୋର ସାମଲ, ତପସ୍ୱିନୀ ପଣ୍ଡା, ସନ୍ତୋଷ କୁମାର, ଅଭିନ ବାସୁଦେବ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ .
ଗଜପତି ରେ ଜିଲ୍ଲା ସ୍ତରୀୟ ଯୋଗ ଅଲମ୍ପିୟାଡ଼ ପ୍ରତିଯୋଗିତା !!!

