ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ମଙ୍ଗରାଜପୁରରେ ଦୁଇଦିନ ଧରି ଅନୁଷ୍ଠିତ ହେଉଛି ଦେବ ଦେବ ଶ୍ରୀ ଶ୍ରୀ ଗତିଶ୍ୱର ମହାଦେବଙ୍କର ଶୀତଳ ଷଷ୍ଠୀ ଯାତ୍ରା । ପରମ୍ପରା ଅନୁସାରେ ଶିବଙ୍କୁ ପତି ରୂପରେ ପାଇବା ପାଇଁ ହିମାଳୟଙ୍କ କନ୍ୟା ପାର୍ବତୀ ହିମାଳୟରେ ତପସ୍ୟା କରି ଶିବଙ୍କର ଧ୍ୟାନ ଭଙ୍ଗ କରିଥିଲେ । ପାର୍ବତୀ ଙ୍କର ତପସ୍ୟା ରେ ସନ୍ତୁଷ୍ଟ ହୋଇ ଦେବ ଦେବ ମହାଦେବ ପାର୍ବତୀଙ୍କୁ ବିବାହ କରିବାକୁ ସମ୍ମତ ହୋଇଥିଲେ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶିବ ପାର୍ବତୀଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ବିବାହ ପର ଦିନ ଉଭୟ ଶିବ ପାର୍ବତୀ ବାହାନ ବୃଷଭ ଉପରେ ନଗର ପରିକ୍ରମା କରିଥିଲେ । ତେଣୁ ପ୍ରଭୁଙ୍କର ଏହି ଦିନଟିକୁ ମର୍ତ୍ତ୍ୟ ରେ ଶୀତଳ ଷଷ୍ଠୀ ଭାବରେ ଲୋକମାନେ ପାଳନ କରନ୍ତି । ସେହି ପରିପ୍ରେକ୍ଷୀରେ ବରପକ୍ଷ ଗ୍ରାମର ବିରଞ୍ଚି ନାରାୟଣ ପାଢ଼ୀ ହୋଇଥିବା ବେଳେ କନ୍ୟାପକ୍ଷ ରାଜକିଶୋର ପଣ୍ଡା ମହାଦେବ ଓ ପାର୍ବତୀ ଙ୍କର ବିବାହ କାର୍ଯ୍ୟ ଅନୁଷ୍ଠିତ କରିଥିଲେ । ଗତକାଲି ବର ନିମନ୍ତ୍ରଣ ସରିଥିବା ବେଳେ ଆଜି ଶିବ ପାର୍ବତୀ ଙ୍କର ବିବାହ ଅନୁଷ୍ଠିତ ହୋଇଛି । ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଏବଂ ଗ୍ରାମବାସୀ ଆନନ୍ଦ ଉଲ୍ଲାସର ସହ ଶୀତଳ ଷଷ୍ଠୀ ଯାତ୍ରାରେ ଅଂଶ ଗ୍ରହଣ କରିବା ସହ ପ୍ରସାଦ ସେବନ କରି ଶିବ ପାର୍ବତୀଙ୍କର କୃପା ଲାଭ କରିଥିଲେ ।
ବାଣପୁର ମଙ୍ଗରାଜପୁର ଗ୍ରାମରେ ମହାଡମ୍ବରରେ ଅନୁଷ୍ଠିତ ହେଲା ଶିବ ପାର୍ବତୀ ଙ୍କର ବିବାହ ଉତ୍ସବ !!!

