ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜାଗୁଳାଇ ପାଟଣାରେ ପୂର୍ଣ୍ଣ ବିଗ୍ରହଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତିରେ ବୈଦିକ ରୀତି ନୀତି ରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ପରେ ଶ୍ରୀ ଜୀଉ ମାନଙ୍କୁ ରଥାରୁଢ଼ କରିବା ପରେ ଜଗନ୍ନାଥଙ୍କ ସେବକ ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଛେରା ପହଁରା କରିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିବା ବେଳେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଜାଗୁଳାଇ ପାଟଣାରେ ପୂର୍ଣ୍ଣ ବିଗ୍ରହଙ୍କ ଘୋଷଯାତ୍ରା !!!

