କଂସାର ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ସଦର ବ୍ଲକ କଂସାର ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସରୋଜିନୀ ନାୟକ , ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଞ୍ଜନ ରାଉତ , ସମିତିସଭ୍ୟ ସରୋଜ ଜେନା, ରବୀନ୍ଦ୍ର ପଣ୍ଡା, ଅମ୍ବିକା ପ୍ରସାଦ ପରିଡା ଓ କେନ୍ଦ୍ରାପଡ଼ା ମଣ୍ଡଳ ଉନୟନ ଅଧିକାରୀ ଉଦଘାଟନ କରିଥିଲେ l ଆଜିର ଏହି ପଲ୍ଲିରେ ପ୍ରଶାସନ ଶିବିରରେ ସ୍ୱାସ୍ଥ୍ୟ, ରାଜସ୍ବ, ଓଏଲଏମ , ମିଶନ ଶକ୍ତି, ଆଇସିଡିଏସ , ପ୍ରାଣିଚିକିତ୍ସା ଏବଂ ବ୍ଲକ ପ୍ରଶାସନ ର ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ , ସାମାଜିକ କଲ୍ୟାଣ ଯୋଜନା ଅଧିକାରୀ , ପାନୀୟ ଜଳ ଯୋଗାଣ , ସମାଜ ମଙ୍ଗଳ, ଜନମଙ୍ଗଳ  ଓ ମତ୍ସ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣ ଙ୍କ ଅଭିଯୋଗ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *