ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କଣ୍ଟିଲୋ ଫାଣ୍ଡି ଅଧିକାରୀ । କେସ ନମ୍ବର ୧୯୫ / ୨୦୨୧ ରେ ସିଜ ହୋଇଥିବା ଏକ ପଲସର ବାଇକ୍ କୁ ଫାଣ୍ଡି ରୁ ଖସାଇ ଦେବାପାଇଁ କଣ୍ଟିଲୋ ଫାଣ୍ଡି ଅଧିକାରୀ ଏସଆଇ ପ୍ରଫୁଲ୍ଲ କୁମାର ଦେଓ ନିକଟସ୍ଥ ପଥର ଚକଡା଼ ଗ୍ରାମର ସ୍ବର୍ଗତ ଶରତ ବାରିକ ଙ୍କ ପୁଅ ବୁଲୁ ବାରିକ ଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସନ୍ଧ୍ୟାରେ ବୁଲୁ ବାରିକ କୁ ଫାଣ୍ଡି କୁ ଡାକି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ନୟାଗଡ଼ ଏବଂ ଭୁବନେଶ୍ବର ଭିଜିଲାନ୍ସ ଅଧିକାରୀ ମାନେ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଦେଓ କୁ କାବୁ କରି ନିଜ ହେପାଜତକୁ ନେଇଥିବା ସୂଚନା ମିଳିଛି ।
ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଫାଣ୍ଡି ଅଧିକାରୀ !!!

