ବନ୍ଧାହେଲେ ରସିକିଆ ବିଜ୍ଞାନ ଶିକ୍ଷକ ରାଜେଶ ବେହେରା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଲେ ରସିକିଆ ବିଜ୍ଞାନ ଶିକ୍ଷକ । ନିଜର କାମ ଲାଳସା କୁ ମେଣ୍ଟାଇବା କୁ ଯାଇ ଛାତ୍ରୀ ମାନଙ୍କ ସହିତ କରିଥିଲେ ଦୁଷ୍କର୍ମ ଉଦ୍ୟମ । ଶେଷରେ ରସିକିୟା ଶିକ୍ଷକ କୁ ଗିରଫ କରିଛି ପୋଲିସ । ଓଡ଼ଗାଁ ଆଦର୍ଶ ଥାନା ନନ୍ଦିଘୋର ଗ୍ରାମ କମାର ସାହିର ଯୁଧିଷ୍ଠିର ବେହେରାଙ୍କ ପୁତ୍ର ବିଜ୍ଞାନ ଶିକ୍ଷକ ରାଜେଶ କୁମାର ବେହେରା । ବର୍ତ୍ତମାନ ୧୭/୧୧/୨୦୨୧ ତାରିଖ ଠାରୁ ଓଡ଼ଗାଁ ରଘୁନାଥ ବିଦ୍ୟାପୀଠରେ ବିଜ୍ଞାନ ଶିକ୍ଷକ ଭାବେ ନିୟୋଜିତ ଥିଲେ । ଦୁଇ ବର୍ଷ ତଳେ ରଣପୁର ଥାନା ରାଜ ସୁନାଖଳା ରେ ଏକ ବେସରକାରୀ ସ୍କୁଲରେ ଶିକ୍ଷକତା କରୁଥିଲେ । ସେଠାରେ ଏକ ଭଡାଘରେ ନେଇ ନିଜେ ରହିବା ସହ ଟିୟୁସନ କରୁଥିଲେ । ସେଠାରେ ଛାତ୍ରୀ ମାନଙ୍କୁ ଶିକ୍ଷା ଦେବା ବଦଳରେ ସେମାନଙ୍କ ଯୈାନ ଶୋଷଣ କରୁଥିଲେ । ଏହି ସମୟ ଭିତରେ ସେମାନଙ୍କ ଅଶ୍ଳୀଳ ଭିଡ଼ିଓ ମଧ୍ୟ କରି ନେଉଥିଲେ । ସୁନାଖଳା ରୁ ଆସି ଓଡ଼ଗାଁ ରେ ଶିକ୍ଷକତା କରିଥିଲେ ମଧ୍ୟ ସୁନାଖଳା ର ସେହି ଛାତ୍ରୀ ମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ , ନଚେତ ଭିଡିଓ ଭାଇରାଲ କରିବାର ଧମକ ଦେଉଥିଲେ । ସମ୍ପର୍କ ରଖିବାକୁ କିଛି ଛାତ୍ରୀ ଅମଙ୍ଗ ହେବାରୁ ଜଣେ ଛାତ୍ରୀ ଙ୍କ ମୋବାଇଲ କୁ ସେହି ଅଶ୍ଳୀଳ ଭିଡ଼ିଓ ଛାଡି ଧମକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେ ଭିଡ଼ିଓ ସେହି ଛାତ୍ରୀ ଙ୍କ ମାଆ ଙ୍କ ହାତରେ ପଡ଼ିଥିଲା । ଘଟଣା ସମ୍ପର୍କରେ ସମସ୍ତ ବିଷୟ ଜାଣିବା ପରେ ଛାତ୍ରୀ ଙ୍କ ପରିବାର ରଣପୁର ଥାନା ରେ ଅଭିଯୋଗ କରିଥିଲେ । ରଣପୁର ଥାନା କେସ ନମ୍ବର ୧୭୯/୨୦୨୨ ଓ ୧୮୨/୨୦୨୨ ରେ ରଣପୁର ଆଇଆଇସି ନିହାର ରଞ୍ଜନ ମହାନ୍ତି କେସ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ରଣପୁର ଥାନା ରେ କେସ ହୋଇଥିବା ଜାଣିପାରି ରସିକିଆ ବିଜ୍ଞାନ ଶିକ୍ଷକ ରାଜେଶ ବେହେରା ଓଡ଼ିଶା ଛାଡ଼ି ଆନ୍ଧ୍ର ଫେରାର ହୋଇଯାଇଥିଲା । ଆନ୍ଧ୍ର ରୁ ଫେରି ଓଡ଼ଗାଁ ରେ ତାର ଦୁଇ ସହଯୋଗୀ ଶିକ୍ଷକ ଙ୍କ ପାଖରେ ଲୁଚି ରହିଥିବା ଖବର ପାଇ ଓଡ଼ଗାଁ ଥାନା ଆଇଆଇସି ଙ୍କ ସହାୟତା ରେ ରଣପୁର ପୋଲିସ ମଧ୍ୟ ରାତ୍ରୀରେ ରସିକିଆ ବିଜ୍ଞାନ ଶିକ୍ଷକ କୁ ଗିରଫ କରିଛି । ଗିରଫ ହେବାପରେ ରସିକିଆ ଶିକ୍ଷକ ଥାନାରେ ସବୁ ଘଟଣା ମାନିନେଇ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *