ଜରାଜୀର୍ଣ୍ଣ ଅବସ୍ଥାରେ କର୍ମବୀର ଗୌରୀଶଙ୍କର ରାୟ ଉଦ୍ୟାନ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଜରାଜୀର୍ଣ୍ଣ ଅବସ୍ଥାରେ କର୍ମବୀର ଗୌରୀଶଙ୍କର ରାୟ ଉଦ୍ୟାନ . ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ ର କଟିକଟା ଜୟପୁର ରାସ୍ତା ର ଲୁଣା ନଦୀ ବନ୍ଧରେ ଦେଢ଼ ବର୍ଷ ତଳେ ସରକାର ପକ୍ଷରୁ ଲକ୍ଷାଧିକ ଟଙ୍କା ରେ ନିର୍ମିତ ହୋଇଥିବା କର୍ମବୀର ଗୌରୀଶଙ୍କର ରାୟ ଉଦ୍ୟାନ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।ଏହି ଉଦ୍ୟାନ ରେ ଲାଗିଥିବା ଲାଇଟ୍ ଖରାପ ହୋଇ ଯାଇଥିବା ବେଳେ ମନୋରଞ୍ଜନ ପାଇଁ ଲାଗିଥିବା ୱାଟର ଫାଉଣ୍ଟେନ ମଟର ଚୋରି ହୋଇଗଲାଣି । ପିଲାଙ୍କ ଖେଳ କୁଦ ପାଇଁ ଲାଗିଥିବା ସରଞ୍ଜାମ ସବୁ ଭାଙ୍ଗି ଗଲାଣି । ଲାଇଟ୍ ସବୁ ଖରାପ ହୋଇ ଭାଙ୍ଗି ଯିବା କାରଣରୁ ଲାଗିଥିବା ତାର ମଧ୍ୟ ଛିଣ୍ଡି ଗଲାଣି , କେତେବେଳେ କାହାର ବିଦ୍ୟୁତ ଲାଗି ଜୀବନ ଯିବ କହି ହେବନାହିଁ । ଉଦ୍ୟାନ ଭିତରେ ପରିବେଶ ଘାସ ଏବଂ ବଣ ବୁଦା ରେ ପରିପୂର୍ଣ ହୋଇଗଲି । ଏହି ଉଦ୍ୟାନରେ ଏକଦା ସଂଧ୍ୟାରେ ମନୋରଞ୍ଜନ ନିମନ୍ତେ ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଅଭିଭାବକଙ୍କ ଗହଳ ଚହଳ ଲାଗି ରହୁଥିଲା । ଏବେ କିନ୍ତୁ ସେ ସବୁ ଦେଖିବାକୁ ମିଳୁନାହିଁ । ଛଅ ମାସ ତଳେ ଅଚାନକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଉଦ୍ୟାନ ରେ ବୁଲିଥିଲେ । ଉଦ୍ୟାନ ର ରକ୍ଷଣାବେକ୍ଷଣ ଅବ୍ୟବସ୍ଥା ଦେଖି ଗାଳି ଗୁଲଜ କରିବା ସହିତ ଉଦ୍ୟାନ କୁ ତୁରନ୍ତ ସଫା କରିବା ସହିତ ଲାଇଟ୍ ଗୁଡ଼ିକୁ ସଜାଡ଼ିବା ପାଇଁ ତାଗିଦ୍ କରିଥିଲେ . କିନ୍ତୁ ମନ୍ତ୍ରୀ ଙ୍କ ତାଗିଦ୍ କିଛି କାମ କରି ନଥିଲା । ଉଦ୍ୟାନ କୁ ଆସୁଥିବା ଅଞ୍ଚଳ ବାସୀ ଉଦ୍ୟାନ କୁ ତୁରନ୍ତ ସଫା କରିବା ସହିତ ପୁନରୁଦ୍ଧାର କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *